ଓସ୍ତପଡା ଗ୍ରାମରେ ଦନ୍ତା ହାତୀ ଆତଙ୍କ, ଭୟଭୀତ ଗ୍ରାମବାସୀ

newyr25

ନୟାଗଡ଼,୪/୦୨(ନିସର୍ତ୍ତ):ନୟାଗଡ଼ ଜିଲ୍ଲା ରଣପୁରବ୍ଲକ ଅନ୍ତର୍ଗତ ଓସ୍ତପଡା ଗ୍ରାମରେ ଗୋଠ ଛଡା ଦନ୍ତା ପଶି ଆତଙ୍କ ଖେଳାଇ ଦେଇ ଥିଲା । ହାତୀକୁ ଦେଖି ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡ଼ିଥିଲେ । ଓସ୍ତପଡା ଗ୍ରାମର ଧ୍ରୁବ ଚରଣ ପରିଡାଙ୍କ ଘରେ ପଶି ହାତୀ ଧାନ ବସ୍ତା ଖାଇବା ସହତି ଘର ଭାଙ୍ଗି ଦେଇଥିବା ଜଣା ପଡିଛି। । ହାତୀକୁ ଦେଖି ପରିବାର ଲୋକମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଏକାଠି ହୋଇ ଦନ୍ତାକୁ ଘଉଡ଼ାଇ ଥିଲେ। ଦୀର୍ଘ ସମୟ ଚେଷ୍ଟା କରିବାପରେ ଦନ୍ତା ଗାଁ ବାହାରକୁ ପଳାଇ ଯାଇଥିଲା । ଦନ୍ତା ହାତୀର ଆକ୍ରମଣରେ ଧ୍ରୁବ ଚରଣ ପରିଡାଙ୍କର ବହୁ କ୍ଷୟ କ୍ଷତି ହୋଇଥିବା ଜଣା ପଡିଛି। ଗାଁ ନିକଟରେ ଜଙ୍ଗଲ ରହି ଥିବାରୁ ହାତୀ ପଲ ଡେରା ପକାଇଛନ୍ତି । ତେଣୁ ବନ ବିଭାଗ ସ୍ୱତନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.