ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ଏବଂ ଓଡ଼ଗାଁ ଏନଏସି ସଭାପତି ଚୟନ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ଭାବରେ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ଓଡ଼ଗାଁ ଏନଏସି କଂଗ୍ରେସ ସଭାପତି ଭାବରେ ବିଭୂତି ରାଉତଙ୍କୁ ଚୟନ କରାଯାଇଛି ।ପୂର୍ବରୁ ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ଭାବରେ ଦାୟିତ୍ୱରେ ଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ଶୀର୍ଷ ନେତୃତ୍ୱ ପୁନର୍ବାର ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ସମସ୍ତଙ୍କୁ ବିନମ୍ରତାର ସହିତ କୃତଜ୍ଞତା ଜଣାଇଛନ୍ତି।

ସୂଚନା ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ଏନଏସି କଂଗ୍ରେସ କମିଟିର ସଭାପତି ମାନଙ୍କ ନାମ ଘୋଷଣା ହୋଇଥିବା ବେଳେ ଜିଲ୍ଲା କଂଗ୍ରେସ କମିଟିର ଉପ ସଭାପତି ଭାବରେ ୯ ଜଣ , ସାଧାରଣ ସଂପାଦକ ଭାବରେ ୧୯ ଜଣ , ସମ୍ପାଦକ ଭାବରେ ୧୬ ଜଣ ଏବଂ ଜଣେ କୋଷାଧ୍ୟକ୍ଷଙ୍କ ନାମ ତାଲିକା ପ୍ରକାଶ ପାଇଛି। ତାଲିକାରେ ପ୍ରକାଶିତ ସମସ୍ତ କାର୍ଯ୍ୟକର୍ତ୍ତା ଜିଲ୍ଲା ସଭାପତି ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି।ବିଭିନ୍ନ ସୂତ୍ରରୁ ନବ ନିଯୁକ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ad-week
Leave A Reply

Your email address will not be published.