ନୟାଗଡ଼ ଲାଠିପଡ଼ା ଡ଼ିଗ୍ରୀ କଲେଜରେ ସ୍ବଚ୍ଛତା କାର୍ଯ୍ୟକ୍ରମ

add-all

ନୟାଗଡ଼(ନିସର୍ତ୍ତ): ଭାରତ ସରକାରଙ୍କ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ମଡେଲ ଡ଼ିଗ୍ରୀ କଲେଜ ଜାତୀୟ ସେବା ଯୋଜନା ଶାଖା ତରଫରୁ ସ୍ଥାନୀୟ ଲାଠିପଡ଼ା ଗ୍ରାମରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ପରିସର ସହିତ ଲାଠିପଡ଼ା ଗ୍ରାମର ବଜାର ,ମନ୍ଦିର, ଡାକ୍ତରଖାନା, ଉଚ୍ଚ ବିଦ୍ୟାଳୟ ତଥା କିଛି ସାହିରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ସ୍ଵେଚ୍ଛାସେବୀ ଭାବେ ସଫେଇ କାର୍ଯ୍ୟକ୍ରମ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ମାନସ ରଞ୍ଜନ ଶତପଥୀଙ୍କ ସହିତ ଯୁବ ପ୍ରୋଗ୍ରାମ ଅଧିକାରୀ ଦୀପିକା ରାଣୀ ତୁରୁକ୍ ଓ ଡ଼କ୍ଟର ଗିରିଶ ଚନ୍ଦ୍ର ନାୟକ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାୟ ୮୦ ଜଣ ଛାତ୍ର ଛାତ୍ରୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୌର ମୋହନ ସାହୁ,ଡ଼କ୍ଟର ସନ୍ତୋଷ କୁମାର ବେହେରା,ଡ଼କ୍ଟର ଜ୍ୟୋସ୍ନା ରାଣୀ ବଳ, ମଧୁସ୍ମିତା ମହାପାତ୍ର,ଡ଼କ୍ଟର ପ୍ରକାଶ କୁମାର ସାହୁ,ଡ଼କ୍ଟର ଅପରାଜିତା ମିଶ୍ର,ଡ଼କ୍ଟର ସୁନିଲ୍ ଚନ୍ଦ୍ର ପ୍ରଧାନ,ଡ଼କ୍ଟର ଅନୀୟ କୁମାର ସାମନ୍ତରା, ବିଜୟିନୀ ଶୁଭଦର୍ଶିନୀ, ରିତିଶ୍ରି ମଲ୍ଲିକ , ବିଜୟ କୁମାର ସାହୁ, ରୀନାବାଳା ଘଡେ଼ଇ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.