ଟିପିଏସ୍ଓଡିଏଲ୍ ତରଫରୁ ବ୍ରହ୍ମପୁରଠାରେ ବିଏ ସ୍ପୋର୍ଟ୍ସ ମିଟ୍-୨୦୨୬ ଆୟୋଜିତ

newyr25

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ବିଏ ସ୍ପୋର୍ଟ୍ସ ମିଟ୍ -୨୦୨୬ ସ୍ଥାନୀୟ ମହାତ୍ମାଗାନ୍ଧୀ ଷ୍ଟାଡିୟମ, ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ୨୦ଟି ବିଜନେସ ଆସୋସିଏଟ୍ସରୁ ୨୨୦ଜଣ ଅଂଶଗ୍ରହଣକାରୀ ବିଭିନ୍ନ ବର୍ଗରେ ଭାଗ ନେବା ସହ ଏକତ୍ରିତ ହୋଇଥିଲେ। ଏହା ଏକ ଉତ୍ସାହ, ଉଦ୍ଦୀପନା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବନାରେ ଭରା ଦିନ ଥିଲା। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା, ପରସ୍ପର ପ୍ରତି ସହଯୋଗୀ ମନୋଭାବ ରଖିବା ଏବଂ ଏକ ମିଳିତ ସଫଳତାକୁ ପାଥେୟ କରିବା ହେଉଛି ଟିପିଏସ୍ଓଡିଏଲର ମୂଲ୍ୟବୋଧ ଓ ସଂସ୍କୃତି, ଯାହାକୁ ସମ୍ମାନ ଜଣାଇବା ଏଥିରେ ପ୍ରତିଫଳିତ ହୋଇଥିଲା।

ଅଂଶଗ୍ରହଣକାରୀମାନେ ଉତ୍ସାହର ସହ ବିଭିନ୍ନ କ୍ରୀଡ଼ାରେ ଭାଗ ନେଇଥିଲେ। ୧୦୦ମିଟର ଓ ୪୦୦ମିଟର ଦୌଡ଼, ୪×୧୦୦ମିଟର ରିଲେ, ଲମ୍ବ ଡିଆଁ, ସଟ୍ ଫୁଟ୍, ଟଗ୍ ଅଫ୍ ୱାର ଏବଂ କେବଳ ମହିଳା ପ୍ରତିଯୋଗୀଙ୍କ ପାଇଁ ମ୍ୟୁଜିକ ଚେୟାରର ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରତ୍ୟେକ ଦଳ ଅନ୍ୟ ଏକ ଦଳକୁ ଉତ୍ସାହିତ କରିବା ସହିତ ପାରସ୍ପରିକ ସହଯୋଗ ସଭିଙ୍କ ଭିତରେ ରହିଥିଲା।

ଏହି ଅବସରରେ ଟିପିଏସ୍ଓଡିଏଲର ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ସେମାନଙ୍କ ଉପସ୍ଥିତି ଅଂଶଗ୍ରହଣକାରୀଙ୍କୁ ପ୍ରେରଣା ଓ ଉତ୍ସାହ ଯୋଗାଇବା ସହ କର୍ମଚାରୀଙ୍କ ଯୋଗଦାନ ଏବଂ ସେମାନଙ୍କ ମଙ୍ଗଳ ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ସେମାନେ କହିଥିଲେ ଯେ ଏଭଳି ମାଧ୍ୟମ ଶାରୀରିକ ଫିଟନେସ୍ ବ୍ୟତୀତ ମାନସିକ ସ୍ଥିରତା, ଆତ୍ମବିଶ୍ୱାସ ବୃଦ୍ଧି, କାର୍ଯ୍ୟଚାପ ହ୍ରାସ ଓ ଟିମ୍ ସଦସ୍ୟମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ଦୃଢ଼ୀଭୂତ କରିବାରେ ସାହାଯ୍ୟ କରିଥାଏ।

ପ୍ରତିଯୋଗିତା ବ୍ୟତିରକେ ସ୍ପୋର୍ଟସ ମିଟ୍ ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳନ ରକ୍ଷା କରିବା ଦିଗରେ ସହାୟକ ହୋଇଥାଏ। ଏଥିସହିତ ଲକ୍ଷ୍ୟ, ଅନୁଶାସନ ଏବଂ ପାରସ୍ପରିକ ସହଯୋଗ ବୃଦ୍ଧି କରିଥାଏ। ଏହା କର୍ମଚାରୀ, ବିଜନେସ ଆସୋସିଏଟ୍ସ ଏବଂ ଭେଣ୍ଡରମାନଙ୍କ ଭିତରେ ଉତ୍ତମ ସମ୍ପର୍କ ସୃଷ୍ଟି କରେ।

ଏ ସମ୍ପର୍କରେ ଟିପିଏସ୍ଓଡିଏଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “କ୍ରୀଡ଼ା କେବଳ ଶାରୀରିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରେ ନାହିଁ ବରଂ ମାନସିକ ଶକ୍ତି ଏବଂ ଦଳଗତ ମନୋଭାବକୁ ବୃଦ୍ଧି କରିବାରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ବିଏ ସ୍ପୋର୍ଟ୍ସ ମିଟ୍ ଭଳି କାର୍ଯ୍ୟକ୍ରମ ସହଭାଗିତା, ଅନୁଶାସନ ଓ ଏକ ସୁସ୍ଥ ପ୍ରତିଯୋଗିତା ଉପରେ ଗୁରୁତ୍ବ ଦେଇଥାଏ। ଯାହା ଆମକୁ ଏକ ଅନୁଷ୍ଠାନ ହିସାବରେ ବୃଦ୍ଧି କରିବାରେ ସହାୟକ ହୋଇଥାଏ।”

ବିଏ ସ୍ପୋର୍ଟ୍ସ ମିଟ୍ -୨୦୨୬ ଟିପିଏସ୍ଓଡିଏଲ ସହ ଜଡ଼ିତ ପ୍ରତ୍ୟେକଙ୍କର ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରେ। ଯାହା ତା’ର ସହଯୋଗୀମାନଙ୍କ ସହ ସମ୍ପର୍କକୁ ଆହୁରି ଦୃଢ଼ କରିବାରେ ସହାୟକ ହୋଇଥାଏ।

Leave A Reply

Your email address will not be published.