“ଏକ ଫୁଲ ତିନ ମାଲି” ଭଳି ଜଣେ ବ୍ୟକ୍ତି ତିନୋଟି ସ୍ଥାନରେ ଚାକିରୀ……!

add-all

ନଳବଣ୍ଟା ପ୍ରାଥମିକ ସେବା ସମବାୟ ସମିତି ସମ୍ପାଦକ ଙ୍କ କଳା କାରନାମା ହାଟରେ ପଡ଼ି ଦାଣ୍ଡରେ ଗଡୁଛି……!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛି। ଆସିକା ବ୍ଲକ ଅନ୍ତର୍ଗତ ନଳବଣ୍ଟା ପ୍ରାଥମିକ ସେବା ସମବାୟ ସମିତିର ନିୟମିତ ସମ୍ପାଦକ ଭାବେ କୈଳାସ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟ କରି ଆସୁଛନ୍ତି। କୁଆଡେ ତାହା ସହିତ ବାବୁ ଶଶିଭୁଷଣ ରଥସରକାରୀ ମହିଳା

ମହାବିଦ୍ୟାଳୟ ବ୍ରହ୍ମପୁର ଏହା ଶହସରକାରୀ ଡିଗ୍ରୀ କଲେଜ ଧରାକୋଟ ରେ ଅତିଥି ଅଧ୍ୟାପକ ରୂପେ କାର୍ଯ୍ୟ କରୁଛନ୍ତି। ନଳବଣ୍ଟା ପ୍ରାଥମିକ ସେବା ସମବାୟ ସମିତି ଏକ କୃଷି ଭିତ୍ତିକ ଅନୁଷ୍ଠାନ ଭାବେ ରହି ଆସିଛି। ଉକ୍ତ ପ୍ରାଥମିକ ସେବା ସମବାୟ ସମିତି ଅଧୀନରେ ହଜାର ହଜାର ଚାଷୀ ଓ ହେକ୍ଟର ହେକ୍ଟର ଚାଷ ଜମି ରହିଛି। ଆସିକା ବ୍ଲକର ଦୁଇଟି ପଞ୍ଚାୟତ ନଳବଣ୍ଟା ଓ ଖଣ୍ଡଦେଉଳି ଚାଷୀ ମାନଙ୍କର ଋଣ ସହିତ ଚାଷ ସର୍ଭେ ଆଦି କାର୍ଯ୍ୟ ପାଇଁ ଏହି ସମିତି ଉପରେ ନିର୍ଭର କରନ୍ତି। ସମ୍ପାଦକ ମହାଶୟ ତିନି ସ୍ଥାନରେ ଚାକିରୀ କରିବା ଯୋଗୁଁ ଅଧିକାଂଶ ସମୟ ସମିତି ରେ ଅନୁପସ୍ଥିତି ରହୁଥିବା ଯୋଗୁଁ ଚାଷୀ କୂଳ ହତାଶ ହେବା ଶହ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।କରିତକର୍ମା ସମ୍ପାଦକଙ୍କ ବର୍ତ୍ତମାନ ଏକ ଅଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି। ସେହି ଅଡିଓରେ ସମ୍ପାଦକ ଜଣେ ଚାଷୀଙ୍କୁ ୩୦ କୁଇଣ୍ଟାଲ ଧାନ ଦେଲେ ଟଙ୍କା ଦିଆଯିବ ବୋଲି ମହାଶୟ କହୁଥିବା ଶୁଣାଯାଉଛି। ସମ୍ପାଦକ (କାମ୍) ଅଧ୍ୟାପକଙ୍କ ଲମ୍ବା ହାତ ଓ ନିର୍ବାଚିତ ପ୍ରତିନିଧି ଙ୍କ ଆଶୀର୍ବାଦ ଯୋଗୁଁ ବାବୁ ତିନି ତିନୋଟି ସ୍ଥାନରେ ଚାକିରୀ କଲେ ତାଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଆଜି ପର୍ଯ୍ୟନ୍ତ ହୋଇନାହିଁ।ଏହି ସମିତିର ପୂର୍ବତନ ନିର୍ଦ୍ଧେଶକ ସୂର୍ଯ୍ୟ ନାରାୟଣ ପ୍ରଧାନ କରିତ କର୍ମା ବ୍ୟକ୍ତିଙ୍କ ନାଁ ରେ ସମବାୟ ଅନୁଷ୍ଠାନ ଓ ଶିକ୍ଷା ବିଭାଗକୁ ତଦନ୍ତ ପାଇଁ ନିବେଦନ କରିବା ଶହ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସମାଜରେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବା ଶହ ଶିକ୍ଷିତ ବେକାରୀ ଯୁବକ ମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରି ଘରେ ବସି ରହିଥିବା ବେଳେ ଜଣେ ବ୍ୟକ୍ତି ତିନି ତିନୋଟି ସ୍ଥାନରେ ଚାକିରୀ କରିବା ଘଟଣା ହାସ୍ୟାସ୍ପଦ ହୋଇଛି।

ad-week
Leave A Reply

Your email address will not be published.