ମଲ୍ୟବନ୍ତ ମହୋତ୍ସବରେ ମିଡ଼ିଆ ଗ୍ୟାଲେରୀରେ ଅଣ ସାମ୍ବାଦିକ ଙ୍କ ଭିଡ଼, : ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନା, ପାସ ପାଇ ମଧ୍ୟ ସାମ୍ବାଦିକଙ୍କୁ ମିଳୁନି ଚେୟାର…

add-all

ମାଲକାନଗିରି, ୫।୧ ମାଲକାନଗିରି ଜିଲ୍ଲାର ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବରେ ଚଳିତ ବର୍ଷ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଶେଷ କରି ମାଲ୍ୟବନ୍ତ ମହୋତ୍ସବରେ ସାମ୍ବାଦିକ ମାନଙ୍କ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅବ୍ୟବସ୍ଥା ହୋଇଥିବା ଆଭିଯୋଗ ହୋଇଛି। ତେବେ ପୂର୍ବରୁ ସାମ୍ବାଦିକ ମାନଙ୍କୁ ମିଡ଼ିଆ ଗ୍ୟାଲେରୀ ରେ ବସିବା ପାଇଁ ସ୍ଥାନର ଅଭାବ ଥିବା ହେତୁ ଚଳିତ ବର୍ଷ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିଲା ଯେ, ସାମ୍ବାଦିକଙ୍କ ଗ୍ୟାଲେରୀରେ ସାମ୍ବାଦିକ ବ୍ୟତୀତ ଅନ୍ୟ କେହି ବସିବେ ନାହିଁ। ଏହି ନିୟମ ଅନୁଯାୟୀ ତିନିଦିନ ଯାଏଁ ପୋଲିସ ଏହି ଗ୍ୟାଲେରୀ କୁ ଅଣ ସାମ୍ବାଦିକଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲା ଓ ସାମ୍ବାଦିକ ମାନେ ନିଜ ନିଜର ସ୍ଥାନରେ ବସି ଖବର ସଂଗ୍ରହ କରୁଥିଲେ। କିନ୍ତୁ ଏହି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ସାମ୍ବାଦିକଙ୍କ ପାଇଁ ଉଧିଷ୍ଟ ସ୍ଥାନରେ ଅନେକ ଅଣ ସାମ୍ବାଦିକ ବସିବା ଥିବା ବେଳେ ବହୁ ସାମ୍ବାଦିକ ସ୍ଥାନ ପାଇ ନଥିଲେ। ଏନେଇ ସାମ୍ବାଦିକ ମାନେ କ୍ଷୋଭ ପ୍ରକାଶ କରିବା ସହ ଦାୟିତ୍ଵ ରେ ଥିବା ପୋଲିସ ଅଧିକାରୀଙ୍କୁ ଜଣାଇ ଥିଲେ। ତେବେ ପୋଲିସ ଅଧିକାରୀ ମାନେ ପଦକ୍ଷେପ ନେବା ବଦଳରେ କହିଥିଲେ ଯେ ପ୍ରଶାସନିକ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଣ ସାମ୍ବାଦିକ ମାନଙ୍କୁ ମିଡ଼ିଆ ଗ୍ୟାଲେରୀ ରେ ସ୍ଥାନ ଦିଆଯାଇଛି। ତେବେ ସବୁଠାରୁ ବଡ ଆଶ୍ଚର୍ୟ୍ଯ ର କଥା ହେଉଛି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଉ କେଉଁ ଅଧିକାରୀ ତାଙ୍କ ନିର୍ଦ୍ଦେଶ କୁ ବଦଳାଇବା ପାଇଁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ। କିପରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ କାର୍ଯ୍ୟକ୍ରମ ରେ ଅଣଦେଖା କରାଯାଉଛି, ତାହା ସାମ୍ବାଦିକଙ୍କ ମହଲରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କୁ ପଚାରିବାରୁ ସେ ପ୍ରକାଶ କରିଥିଲେ ଯେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ଠିକ ଚାଲିଥିଲା, କିଛି ବ୍ୟକ୍ତିଙ୍କ ଅବହେଳା ପାଇଁ ଏପରି ଅବ୍ୟବସ୍ଥା ହୋଇଥାଇ ପାରେ। ଆଗକୁ ଏପରି ସମସ୍ୟା ହେବ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ତେବେ ଗତକାଲି ର କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ପ୍ରତି ଅବହେଳା ହେତୁ ଅନେକ ସାମ୍ବାଦିକ ପ୍ରତିବାଦ ସ୍ବରୂପ ଡିଆଇପିଆରଓର ୱାଟସଅପ ମିଡ଼ିଆ ଗ୍ରୁପ ରୁ ସ୍ୱତପ୍ରତ ଭାବେ ବାହାରି ଯାଇଛନ୍ତି। ଏହା ସହ ଆଜି ଏହି ସାମ୍ବାଦିକ ମାନେ ମାଲ୍ୟବନ୍ତ ମହୋତ୍ସବ ର ଉଦଯାପନୀ ଉତ୍ସବରେ ମଧ୍ୟ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.