ବଳଭଦ୍ରପୁର ସେବା ସମବାୟ ସମିତି ତରଫରୁ ଷଷ୍ଠ ପର୍ଯ୍ୟାୟ ଧାନ ମଣ୍ଡି ଉଦଘାଟିତ…

newyr25

ନୟାଗଡ଼,(ନିସର୍ତ୍ତ):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରଣପୁର ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ସେବା ସମବାୟ ସମିତି ସମ୍ପାଦକ ରବୀନ୍ଦ୍ର କୁମାର ଶତପଥୀଙ୍କ ତତ୍ତ୍ଵାବଧାନରେ ବୁଧବାର ଦିନ ସେବା ସମବାୟ ସମିତି ପରିସରରେ ଷଷ୍ଠ ପର୍ଯ୍ୟାୟ ଧାନମଣ୍ଡି ଉଦଘାଟନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସେବା ସମବାୟ ସମିତିର ସଭାପତି କମଳେଶ୍ୱର ଦଳାଇଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ରହି ଏହାକୁ ଶୁଭ ଉଦଘାଟନ କରିଥିଲେ ।ବଳଭଦ୍ରପୁର ସେବା ସମବାୟ ସମିତିରେ ୮୦୦ ଜଣ ଚାଷୀ ମାନଙ୍କର ନାମ ପଞ୍ଜିକରଣ ହୋଇଥିଲାବେଳେ ଉଦଘାଟନୀ ଦିବସରେ ୧୪ଜଣ ଚାଷୀମାନେ ମଣ୍ଡିରେ ୫୩୫ କ୍ୱିଣ୍ଟାଲ ଧାନ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ୩୦ଜଣ ଚାଷୀ ୮୦୦କ୍ୱିଣ୍ଟାଲ,ତୃତୀୟ ପର୍ଯ୍ୟାୟରେ ୨୭ଜଣ ଚାଷୀଙ୍କଠାରୁ ୭୮୯କ୍ୱିଣ୍ଟାଲ, ୪ର୍ଥ ପର୍ଯ୍ୟାୟରେ ୨୫ଜଣଙ୍କ ଚାଷୀଙ୍କଠାରୁ ୮୩୦ କ୍ୱିଣ୍ଟାଲ, ୫ମ ପର୍ଯ୍ୟାୟରେ ୧୮ଜଣଙ୍କ ଚାଷୀଙ୍କଠାରୁ ୮୫୦ କ୍ୱିଣ୍ଟାଲ ଓ ଆଜି ଷଷ୍ଠ ପର୍ଯ୍ୟାୟରେ ୧୫ଜଣ ଚାଷୀଙ୍କଠାରୁ ୫୦୦କ୍ୱିଣ୍ଟାଲରୁ ଉର୍ଦ୍ଧ ଧାନ ସମିତି ପକ୍ଷରୁ କ୍ରୟ କରାଯାଇଥିଲା । ବଳଭଦ୍ରପୁର ସେବା ସମବାୟ ସମିତି ଲିଃର ଚାଷୀମାନଙ୍କୁ ଉପଯୁକ୍ତ ଧାନର ପ୍ରାପ୍ୟ ୩୧୦୦ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ସହିତ ଆମେ ସମ୍ପୂର୍ଣ୍ଣ ସ୍ବଛତାର ସହ ଧାନ କ୍ରୟ କରିବାକୁ ପ୍ରସ୍ତୁତ ଅଛୁ ଓ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଟୋକନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ସମ୍ପାଦକ ରବୀନ୍ଦ୍ର କୁମାର ଶତପଥୀ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ଗାଁସ୍ଥିତ ମା ବାଗାଦେବୀ ରାଇସ ମିଲ ଆଣ୍ଡ କମ୍ପାନୀ ବଳଭଦ୍ରପୁର ସେବା ସମବାୟ ସମିତିରୁ ଆଜି ୧୫ଜଣ ଚାଷୀଙ୍କଠାରୁ ୫୦୦କ୍ୱିଣ୍ଟାଲ ରୁ ଉର୍ଦ୍ଧ ଧାନ କ୍ରୟ କରିଥିଲେ । ବଳଭଦ୍ରପୁର ସେବା ସମବାୟ ସମିତି ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଚାଷୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.