ଆସିକାରେ ରାସ୍ତା ପାର ବେଳେ ଗାଡି ଧକ୍କା ରେ ବିରଳ କୃଷ୍ଣ ସାର ମୃଗର ମୃତ୍ୟୁ…..!

add-all


କେବଳ କାଗଜ କଲମରେ ସଚେତନତା କାର୍ଯ୍ୟକ୍ରମ….!
ବ୍ରହ୍ମପୁର: ଆସିକା ଭେଟ୍ଟନଇ ନିକଟରେ ରାସ୍ତା ପାର ବେଳେ ଅଜଣା ଗାଡି ଧକ୍କାରେ ଏକ ଅଣ୍ଡିରା ବିରଳ କୃଷ୍ଣସାର ମୃଗର ମୃତ୍ୟୁ ଘଟିଛି। ମୃତ କୃଷ୍ଣସାର ମୃଗର ବୟସ ପ୍ରାୟ ୪ ବର୍ଷ ହୋଇଥିବା ବେଳେ ୪ଫୁଟ ଲମ୍ବ ଅଢେଇ ଫୁଟ ଉଚ୍ଚ ହୋଇଥିବା ଜଣାପଡିଛି। ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ମୃତ ମୃଗକୁ ଉଦ୍ଧାର କରି ଆସିକା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ବ୍ୟବଚ୍ଛେଦ ପରେ ବନ ବିଭାଗ କାର୍ଯ୍ୟଳୟ ରେ ପୋତି ଦେଇଥିବା ଜଣା ପଡିଛି। ପ୍ରକାଶ ଥାଉକି ଖାଦ୍ୟ ଅନ୍ୱେଷଣ ବେଳେ ଅକାରଣରରେ ରାସ୍ତା ପାର ହେଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଏହି ବିରଳ କୃଷ୍ଣସାର ମୃଗ ମାନଙ୍କ ରୀତିମତ ମୃତ୍ୟୁ ହେଉଥିବା ଜଣାପଡିଛି। ଆସିକା ବନ ବିଭାଗ ପକ୍ଷରୁ କେବଳ କାଗଜ କଲମରେ ବିରଳ କୃଷ୍ଣସାର ମୃଗ ପାଇ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ସୀମିତ ରହିଛି। ଆସିକା ବନ ବିଭାଗ ଅଧୀନରେ ଶହ ଶହ ବିରଳ କୃଷ୍ଣସାର ମୃଗ ବିଚରଣ କରୁଥିବା ବିଭାଗ ପକ୍ଷରୁ ମାତ୍ର ଗୋଟିଏ ଦିନରେ ମୃଗ ଗଣନା କରାଯାଇଥିବା ଲକ୍ଷ କରାଯାଇଛି। ଜାତୀୟ ପକ୍ଷୀ ମୟୁର ଓ ବିରଳ କୃଷ୍ଣସାର ମୃଗ ସୁରକ୍ଷା ଧର୍ମକୁ ଆଖି ଠାର ସଦୃଶ୍ୟ ପାଲଟିଛି। ସଚେତନତା ର ଅଭାବ ଯୋଗୁଁ ଆଜି ଜାତୀୟ ପକ୍ଷୀ ମୟୁର ଓ ବିରଳ କୃଷ୍ଣସାର ମୃଗଙ୍କ ଜୀବନ ବାଜିରେ ଲାଗିଛି।

ad-week
Leave A Reply

Your email address will not be published.