
ମାଲକାନଗିରି : ଆଜି ସକାଳୁ ଏମ୍ଭି ୧୬ଗ୍ରାମ ନିକଟରେ ଥିବା ଏକ ଗୋଦାମ ଗୃହ ନିକଟରେ ଏକ କ୍ଷତ ବିକ୍ଷତ ମୃତ ଦେହ ପଡ଼ିଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ ମୃତ ବ୍ୟକ୍ତିଙ୍କ ନା ଉତ୍ତମ ବିଶ୍ୱାସ ବୟସ ପ୍ରାୟ୩୫ହେବ । ଗତ ରାତିରୁ ଘରୁ କେଉଁଆଡ଼େ ଯାଇ ନିଖୋଜ ଥିଲେ । ଆଜି ଗୋଦାମ ନିକଟରେ ମୋଟର ସାଇକେଲ ରହିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ କିଛି ମଦ ବୋତଲ ମଧ୍ୟ ପଡି ରହିଥିଲା । ଗ୍ରାମବାସୀ ଘଟଣା ସମ୍ପର୍କରେ ସ୍ଥନୀୟ ପୋଲିସ କୁ ଖବର ଦେବା ପରେ ମାଲକାନଗିରି ଏସ୍ପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ପାରିପାର୍ଶ୍ବିକ ଅବସ୍ଥା ଦେଖିଲେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଆଲୋଚନା ହୋଉଅଛି । ସାଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ମାଲକାନଗିରି ଏସ୍ପି ପ୍ରକାଶ କରିଛନ୍ତି । ହତ୍ୟାକାଣ୍ଡ ଜଡିତ ବ୍ୟକ୍ତି ଙ୍କୁ କୋଠର ଦଣ୍ଡ ଦେବାକୁ ପରିବାର ବର୍ଗ ଓ ଗ୍ରାମବାସୀ ଦାବି କରିଛନ୍ତି ।