
କୋରାପୁଟ /କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସରକାରୀ ସ୍ଥାନରେ ବେଆଇନ ଜବରଦଖଲକାରିଙ୍କ ଉଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି l ଜ଼ିଲ୍ଲାପାଳଙ୍କ କଡା ନିର୍ଦ୍ଦେଶକୁ ପାଳନ କରି ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ପ୍ରକାଶ କରିଛନ୍ତି କୋଟପାଡ଼ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ କମଲେଶ ମହନ୍ତ l ଜବରଦଖଲକାରୀଙ୍କୁ ପରିଷଦ ଦ୍ୱାରା ଆଦେଶ ପତ୍ର ତିନିମାସ ପୂର୍ବରୁ ପ୍ରଦାନ କରାଯାଇଥିଲା l ଏହାସତ୍ୱେ ବେଆଇନ ଭାବେ ସରକାରୀ ଜମିରେ ଜବରଦଖଲ କରିଥିବା ଲୋକମାନେ ଆଦେଶକୁ ଅବମାନନା କରିଥିବା ଯୋଗୁଁ ପରିଷଦ ପ୍ରଶାସନ ପରିଷଦ କାର୍ଯ୍ୟାଳୟକୁ ଲାଗିରହିଥିବା ଗୁଡ଼ିଆଳି ବନ୍ଧହୁଡ଼ା ନିକଟରେ ମାଂସ ଦୋକାନ ଏବଂ ମାଛ ଦୋକାନ ଗୃହକୁ ଗୁରୁବାର ଦିନ ଭାଙ୍ଗିଛନ୍ତି l ଏମିତି କାର୍ଯ୍ୟାଳୟ ଠାରୁ ଦୁଇ ଶହ ମିଟର ପର୍ଯ୍ୟନ୍ତ ବେଆଇନ ଦଖଲକାରୀଙ୍କ ସ୍ଥାନ ଉଛେଦ କରାଯିବ ଓ ସେଠାରେ ପ୍ରଶାସନ ଦ୍ୱାରା ବଜାର ଗୃହ ନିର୍ମାଣ କରାଯିବା ପରେ ପରିସ୍ଥିତି ପ୍ରକାରେ ଦୋକାନ ଗୃହ ବଣ୍ଟନ କରାଯିବ ବୋଲି ସୂଚନା ଦେଇଛନ୍ତି l
ଏମିତି କୋଟପାଡ଼ର ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ ଜବରଦଖଲକାରୀଙ୍କୁ ଉଛେଦ କରାଯିବ ବୋଲି ସୂଚନା ମିଳିଛି l ଅପର ପକ୍ଷରେ, ନିଜର ପେଟପାଟଣା, ଜୀବିକା ନିର୍ବାହ କରି ପରିବାର ପୋଷଣ କରୁଥିବା ଲୋକେ ବର୍ତମାନ ହରଡ଼ ଘୋଣାରେ l ଏହାକୁ ନେଇ ବର୍ତମାନ ଜବରଦଖଲ କlରିଙ୍କ ଦ୍ୱାରା ମାସେ ସମୟ ପ୍ରଦାନ କରିବାକୁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିବେଦନ କରିଥିବା ସୂଚନା ମିଳିଛି l ହେଲେ ଏଠାରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠୁଛି ଯେ, ପେଟପାଟଣା ପାଇଁ ଜୀବନଜୀବିକା କରି ଛୋଟଛୋଟ ବ୍ୟବସାୟ କରି ପରିବାର ପୋଷଣ କରୁଛନ୍ତି ଏମାନଙ୍କୁ ଯଦି ଉଛେଦ କରାଯାଉଛି, ତାହା ହେଲେ ବିଭିନ୍ନ ସ୍ଥାନରେ ବେଆଇନ ଜବରଦଖଲ କରି ବଡ଼ ବଡ଼ କୋଠା ଏବଂ ବ୍ୟବସାୟ ସ୍ଥଳ ନିର୍ମାଣ କରିଥିବା ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ବେଆଇନ ଭାବେ ଜବରଦଖଲ କରିଥିବା ଜାଗାକୁ କେବେ ଉଛେଦ କରାଯିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l