
ନୟାଗଡ଼ (ନିସର୍ତ୍ତ) :ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ପଟିଆ ଗ୍ରାମପଞ୍ଚାୟତ ସ୍ଥିତ ପାଇକସାହି ସେବାଶ୍ରମ ବିଦ୍ୟାଳୟର ୫ମ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି I ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ,ମୁଖ୍ୟବକ୍ତାଭାବେ ପଟିଆ ଗ୍ରାମପଞ୍ଚାୟତ ସରପଞ୍ଚ ସୁମିତ୍ରା ସାହୁ,ଓ ସମ୍ମାନିତ ଅତିଥିଭାବେ ମଣ୍ଡଳ ବିଜେପି ଉପସଭାପତି ଅକ୍ଷୟ ବାବୁ,କ୍ଲଷ୍ଟର ସଂଯୋଜକ ଶ୍ରୀମୟ କୁମାର ଦଳାଇ, ପଟିଆ ଜୋନ ବିଜେପି ସଭାପତି ବେଣୁଧର ରଣା, ଚାନ୍ଦପୁର ଜୋନ ବିଜେପି ସଭାପତି ଦୁଃଖିଶ୍ୟାମ ଜେନା,ପଟିଆ ସମିତି ସଭ୍ୟା ଶ୍ରଦ୍ଧା ନାୟକ,ଝାଡ଼ାପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସୌରୀ ବନ୍ଧୁ ସାହୁ ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଶ୍ମିତା ସାହୁ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ,ଧୂପଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ନାଏକ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ବାର୍ଷିକ ବିବରଣୀ ପଠନ କରିଥିଲେ I ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ବିଦ୍ୟାଳୟ ତରଫରୁ ଉତ୍ତରୀୟ ଓ ଫୁଲତୋଡ଼ା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ I ଶିକ୍ଷାନୁଷ୍ଠାନର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପ୍ରମାଣପତ୍ର,ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ I ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଚନ୍ଦ୍ରକାନ୍ତ ହଜାରୀ ସଂଯୋଜନା କରିଥିଲେ I ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସମାଜର ଦର୍ପଣ ହୋଇଥିବାରୁ ସମସ୍ତ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁଣାତ୍ମକ ଶିକ୍ଷା ଅଧ୍ୟୟନ କରି ସମାଜରେ ଭଲ ମଣିଷ ହେବାପାଇଁ ମୁଖ୍ୟଅତିଥି ବାଚସ୍ପତି ସୁରମା ପାଢ଼ୀ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ I