ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଶୋଭାଯାତ୍ରା : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

newyr25

କୋରାପୁଟ /କୋଟପାଡ଼ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କୋରାପୁଟ ଜ଼ିଲ୍ଲା କୋଟପାଡ଼ଠାରେ ଏକ ଶୋଭାଯାତ୍ରା ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କୋଟପାଡ଼ ତହସିଲଦାରଙ୍କ ଜରିଆରେ ପ୍ରଦାନ କରିଛନ୍ତି l
ଯୁଧିଷ୍ଠିର ରାଉଳ ଏବଂ କୁରୁମ ନାଥ ଭତ୍ରାଙ୍କ ନେତୃତ୍ବରେ ଶତାଧିକ କର୍ମୀ କେନ୍ଦୁଗୁଡାଛକ ଠାରୁ ବାହାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସରକାରଙ୍କ ବିରୋଧରେ ବିଭିନ୍ନ ଶ୍ଲଗାନ ଦେଇ ନିର୍ବାଚ଼ନ ପୂର୍ବରୁ ଦେଇଥିବା ବିଭିନ୍ନ ପ୍ରତିଶୃତି ଏବଂ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ଗୁଡିକ ୫ମ ଅଧିସୂଚୀତ ଜିଲ୍ଲାରେ ଜନସାଧାରଣଙ୍କ ଦାବୀକୁ ତୁରନ୍ତ ସମାଧାନ କରିବା ଉପରେ ଦାବି ଉପସ୍ଥାପନା କରିଛନ୍ତି ।
ଦାବିପତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରତିଶୃତି ମୁତାବକ ଧାନ କୁଇଣ୍ଟାଲ୍ ୩୧୦୦ ଟଙ୍କା ପ୍ରଦାନ,କଟନୀ ଛଟନୀ ବନ୍ଦ କରିବା,ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନ ପ୍ରଣୟନ,ପ୍ରଦୂଷଣ ଆଳରେ ଫାଇନ୍ ଆଦାୟ ବନ୍ଦ ,ଟାଟା ପାୱାର ଦ୍ବାରା ବାଧ୍ୟତାମୂଳକ ସ୍ମାର୍ଟ ମିଟର ବସାଇବା ନାମରେ ଗ୍ରାହକଙ୍କୁ ଶୋଷଣ ବନ୍ଦ ଓ 300 ୟୁନିଟ୍ ଛାଡ କରିବା ଭଳି ଅନେକ ପ୍ରମୁଖ ବିଷୟମାନ ଉପସ୍ଥାପନ କରି ଦାବିଗୁଡ଼ିକ ତୁରନ୍ତ ସମାଧାନ କରାଯିବା ନିମନ୍ତେ ପ୍ରେରଣ କରିଥିଲେ ।

Leave A Reply

Your email address will not be published.