ଜଙ୍ଗଲି ବାରହା ଆକ୍ରମଣରେ ଦମକଳ ବାହିନୀର ଜଣେ ସଦସ୍ୟ ଗୁରୁତର

newyr25

ନୟାଗଡ଼ (ନିସର୍ତ୍ତ) : ଖାଦ୍ୟ ଅଭାବରୁ ସହର ଓ ଗାଁ ମୁଖା ହେଉଛନ୍ତି ଜଙ୍ଗଲି ଜନ୍ତୁ। ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନବିଭାଗ ଅଧିନସ୍ଥ ଚାନ୍ଦପୁର ଅରୁଣ କ୍ଳଥ ଷ୍ଟୋର ଖୋଲିବା ସମୟରେ ଏକ ଜଙ୍ଗଲି ବାରହା ଦୋକାନରେ ଅକସ୍ମାତ ପ୍ରବେଶ କରିଥିଲା । ବାରହାକୁ ଦେଖି ସ୍ଥାନୀୟ ଲୋକମାନେ ଦୋକାନ ଆଗରେ ପ୍ରବଳ ଭିଡ଼ ଜମେଇ ଥିଲେ ।

ଦୋକାନ ବନ୍ଦ କରି ସ୍ଥାନୀୟ ବ୍ୟବସାୟୀ ମାନେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଡ୍ରେସ ଦୋକାନ ଭିତରୁ ବାରହାକୁ ଧରିବାକୁ ଯାଇଥିବା ବେଳେ ଟାଙ୍ଗୀ ଦମକଳ ବାହିନୀର ଜଣେ ସଦସ୍ୟଙ୍କ ହାତକୁ ଆକ୍ରମଣ କରିଥିଲା । ସେଠାରୁ ଖସି ଯାଇ ହୋଟେଲ ତୃପ୍ତି ପାଖରେ ଥିବା ଫଳ ଦୋକାନରେ ପଶିଲା ଯାଇଥିଲା। ବନ ବିଭାଗ ବାରହାକୁ ଦଉଡି ଫାସରେ ଧରିବାକୁ ଚେଷ୍ଟା ଜାରି ରଖିଥିଲେ । କିନ୍ତୁ ଖବର ଲେଖିବା ବେଳକୁ ବାରହାକୁ ଉଦ୍ଧାର କରାଯାଇ ପାରି ନଥିଲା।

Leave A Reply

Your email address will not be published.