ରାଜସୁନାଖଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚ : ଟ୍ରାଏ ବ୍ରେକରେ ବଜରଙ୍ଗବଲି କ୍ଲବ ଘାଟିକିଆ ବିଜୟୀ

newyr25

ନୟାଗଡ଼,୧୧/୦୨(ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ୍ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚ କେରଙ୍ଗ ଏକାଦଶ ଓ ବଜରଙ୍ଗବଲି କ୍ଲବ୍ ଘାଟିକିଆ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ୍ ର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଓରି ଗୋଲ୍ଡର ପରିଚାଳନା ନିର୍ଦ୍ଦେଶକ ଏସ କେ ଅତାବର , ସାମ୍ବାଦିକ ସଂଘ ରାଜସୁନାଖଳାର ସଭାପତି ଜିତେନ୍ଦ୍ର କୁମାର ସାହୁ,ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ୍ ର ଉପସଭାପତି ବଲ୍ଲଭ ପ୍ରଧାନ,ବରିଷ୍ଠ ସଦସ୍ୟ ମିର୍ଜା ୟାରେହେମାନ ବେଗ୍ , ବିଶିକେଶନ ସାହୁ, ତପନ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଏହି ମ୍ୟାଚରେ ଅତିଥିମାନେ ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ୍ ର ସଦସ୍ୟମାନେ ପଡିଆ ମଧ୍ୟରେ ଖେଳାଳୀ ମାନଙ୍କ ସହ କରମର୍ଦ୍ଦନ କରି ଉତ୍ତମ ଓ ସୁନ୍ଦର ଖେଳ ପ୍ରଦର୍ଶନ କରିବା ପାଇଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚରେ କେରଙ୍ଗ ଏକାଦଶ ଓ ବଜରଙ୍ଗବଲି କ୍ଲବ ଘାଟିକିଆ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ ଘାଟିକିଆ ଗୋଟିଏ ଗୋଲ ସ୍କୋର କରିଥିଲା । ଖେଳର ଦ୍ୱିତୀୟାର୍ଦ୍ଧରେ ଘାଟିକିଆ ଅନ୍ୟ ଏକ ଗୋଲ କରି ଥିବାବେଳେ କେରଙ୍ଗ ୨ଟି ଗୋଲ ସ୍କୋର କରିଥିଲା । ଫଳରେ ୨-୨ ଗୋଲରେ ଟ୍ରାଏ ବ୍ରେକର ହୋଇଥିଲା । ତେବେ ଟ୍ରାଏ ବ୍ରେକରେ ବଜରଙ୍ଗବଲି କ୍ଲବ ଘାଟିକିଆ ୩-୧ ଗୋଲରେ ବିଜୟୀ ହୋଇଛି । ଏହି ମ୍ୟାଚର ମୁଖ୍ୟ ରେଫରି ମିର୍ଜା ସିରାଜୁଦ୍ଦିନ ବେଗ ସହିତ ଲକ୍ଷ୍ମଣ ଚୌଧୁରୀ ଓ ଶିବ ଦେହୁରୀ ଲାଇନରେ ରହି ସହାୟତା କରିଥିବା ବେଳେ ଚତୁର୍ଥ ରେଫରି ଭାବେ ଆଲୋକ ରଣା ଏବଂ ମ୍ୟାଚ କମିଶନର ସଦାଶିବ ସାହୁ ମ୍ୟାଚକୁ ପରିଚାଳନା କରିଥିଲେ । ଏହି ମ୍ୟାଚକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଓ ଶତାଧିକ ଲୋକମାନେ ଆସିଥିଲେ । ଆସନ୍ତା କାଲିର ପ୍ରଥମ ସେମିଫାଇନାଲ୍ ମ୍ୟାଚରେ ପପୁଲାର କ୍ଲବ୍ ଢେଙ୍କାନାଳ ଓ ସାନ୍ କ୍ଲବ୍ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବ୍ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.