ଆସିକା ଅଞ୍ଚଳରେ ବେଆଇନ ବାଲି ଘାଟ ବନ୍ଦ କରିବାକୁ ଆସିକା ବିଜେଡ଼ି ପକ୍ଷରୁ ପ୍ରତିବାଦ ସଭା…..!

add-all

ବେଆଇନ ବାଲି ଘାଟ ବନ୍ଦ ନହେଲେ ରାଜରାସ୍ତା କୁ ଓହ୍ଲାଇବାକୁ ପ୍ରଶାସନ କୁ କଡ୍ଡା ଚେତାବନୀ….!

ପୋଲିସ ର ନୀରବତା କୁ ନେଇ ସନ୍ଦେହ, କାହା ଚାପରେ ପୋଲିସ..??


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ଗହଙ୍ଗୁ ବାଲି ଘାଟରେ ଗତ ରବିବାର ଦିନ ଆସିକା ବିଧାୟକଙ୍କ ବୋଲର ଗାଡ଼ିରେ ଯାଇ କିଛି ଯୁବକ ଗଣ୍ଡଗୋଳ କରିବା ସହ ହାଇୱା ଗାଡିର କାଚ ଭାଙ୍ଗିଥିଲେ। ବଳିପଦର ଫାଣ୍ଡି ପୋଲିସ ପହଞ୍ଚି ଉଭୟ ଗୋଷ୍ଟିଙ୍କୁ ଘଉଡ଼ାଇ ଦେଇଥିଲେ। ଆସିକା ବିଧାୟକ ଗୋଷ୍ଠିଙ୍କ ନାଁ ରେ ବାଲି ପଦର ଫାଣ୍ଡି ରେ ଦଶ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ମାମଲା ରୁଜୁ ପରେ ପୋଲିସ ପକ୍ଷରୁ କାହାକୁ ବି ଗିରଫ କରାଯାଇନାହିଁ ଯାହାକୁ ନେଇ ପୋଲିସ ପ୍ରତି ସନ୍ଦେହ ହେବା ସ୍ୱାଭାବିକ l କାହା ଚାପରେ ପୋଲିସ କାମ କରୁଛି ବୋଲି ଚର୍ଚ୍ଚା ଜୋର ଧରୁଛି l ଏହାର ପ୍ରତିବାଦରେ ଆଜି ଆସିକା ବିଜେଡ଼ି ପକ୍ଷରୁ ଦୁଇସହ କର୍ମୀ ମାନେ ଏକ ବାଇକ ରାଲିରେ ଧନିଯା, ପଢାଳ, କେନ୍ଦୁପଦର, ନରସିଂହ ପଲ୍ଲୀ ବାଲି ଘାଟରେ ଶତାଧିକ ବିଜେଡ଼ି କର୍ମୀ ମାନେ ପହଞ୍ଚି ପ୍ରତିବାଦ ସଭା କରିବା ସହ ବିଧାୟକ ପ୍ରତେକ କ୍ଷେତ୍ରରେ ବଟି ମାଗୁଥିବା ନେଇ ଅଭିଯୋଗ କରିବା ସହ ପ୍ରତିବାଦ କରାଯାଇଥିଲା।ଆସିକା ଏସଡିପିଓ, ଆସିକା ଥାନା ଆଇଆଇସି କୋଟିନଡ଼ା ଥାନା ଆଇଆଇସି ସମେତ ପୋଲିସ ଫୋର୍ସ ବାଇକ ରାଲିକୁ ଅଟକାଇ ଥିଲେ। ଗହଙ୍ଗୁ ବାଲି ବାଲି ଘାଟରେ ବିଧାୟକ ଗୋଷ୍ଠିଙ୍କ ପକ୍ଷରୁ ଗଣ୍ଡଗୋଳ ପରେ ଆସିକା ଅଞ୍ଚଳରେ ଥିବା ସମସ୍ତ ବେଆଇନ ବାଲି ଘାଟ ବନ୍ଦ କରିବାକୁ ଶେଷରେ ଆସିକା ବିଜେଡ଼ି ପକ୍ଷରୁ ଜୋର ଦାର ପ୍ରତିବାଦ ଆରମ୍ଭ କରାଯାଇଛି। ଆଜିର ଏହି ବାଇକ ରାଲିରେ ଯୁବ ବେଜେଡି ନେତା ନାଚିକତା ସ୍ୱାଇଁ ଭବାନୀ ଶଙ୍କର ମଲ୍ଲିକ ବା (ଟୁଟୁ) ମଲ୍ଲିକ ଙ୍କ ସମେତ ସହ ସହ ବିଜେଡ଼ି କର୍ମୀ ଏହି ରାଲି ଓ ପ୍ରତିବାଦ ସଭାରେ ଅଂଶ ଗ୍ରହଣ କରିଥିଲେ। ଆସିକା ବଞ୍ଚାଓ ବଟି ବିଧାୟକ ହଟାଓ ସ୍ଲୋଗାନ ଜୋର ଦାର କରାଯାଇଥିବା ଲକ୍ଷ କରାଯାଇଛି। ବଳିପଦର ଫାଣ୍ଡିରେ ବିଧାୟକ ଗୋଷ୍ଠି ଙ୍କ ଦଶ ଜଣଙ୍କ ନାଁ ରେ କେବଳ ମାମଲା ରୁଜୁ କରାଇଛି। ଗିରଫ ଦାରି ପ୍ରତିବାଦ ପାଇଁ ବି କରାଯାଇ ଥିଲା। ଆସିକା ଅଞ୍ଚଳ ରେ ଚୋରା ବାଲି ବେଆଇନ କାରବାର କୁ ନେଇ ମୁଣ୍ଡ ଗଡ଼ିବା ଅନୁମାନ ନିସର୍ତ୍ତ ରେ ରୀତିମତଖବର ପ୍ରକାଶ ପାଉଛି କଣ ପୂର୍ବ ଅନୁମାନ ସତ ହେବକି….?

ad-week
Leave A Reply

Your email address will not be published.