ଭାରତ ବନ୍ଦର ଆଂଶିକ ପ୍ରଭାବ ରାୟଘରରେ

add-all

ଉମରକୋଟ / ରାୟଘର : ସର୍ବଭାରତୀୟ ଟ୍ରେଡ୍‌ୟୁନିଅନର ଆହ୍ୱାନରେ ଆଜି ଆୟୋଜିତ ଭାରତ ବନ୍ଦର ଆଂଶିକ ପ୍ରଭାବ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ରାୟଘର ବ୍ଲକର ସଦର ଅଞ୍ଚଳରେ ଦେଖିବାକୁ ମିଳିଛି। ସକାଳ ଠାରୁ କିଛି ଦୋକାନ, ବଜାର ଆଂଶିକ ଭାବେ ବନ୍ଦ ରହିଥିବାବେଳେ ସାଧାରଣ ଜନଜୀବନ ଉପରେ ମିଶ୍ର ପ୍ରଭାବ ପଡ଼ିଥିଲା।
ଟ୍ରେଡ୍‌ୟୁନିଅନର କର୍ମୀମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି, ମୂଲ୍ୟବୃଦ୍ଧି, ବେକାରୀ ଓ ବେସରକାରୀକରଣ ବିରୋଧରେ ନାରାବାଜି କରିଥିଲେ। ସେମାନେ ସରକାରଙ୍କୁ ସଚେତନ କରାଇ କହିଛନ୍ତି ଯେ, ଯଦି ତାଙ୍କର ମୁଖ୍ୟ ଦାବିଗୁଡ଼ିକୁ ସମୟମତେ ମାନି ନିଆଯାଇନାହିଁ, ତେବେ ଆସନ୍ତା ଦିନରେ ସମସ୍ତ ଦୋକାନ-ବଜାର, ରାସ୍ତାଘାଟ ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଖ୍ୟ ରାସ୍ତା ଅବରୋଧ କରାଯିବ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। କୌଣସି ଅପ୍ରୀତିକର ଘଟଣା ଘଟିନଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.