ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ରଙ୍କ ହୃଦଘାତରେ ମୃତ୍ୟୁ : ଓଡ଼ଗାଁରେ ଶୋକାକୁଳ ପରିବେଶ

add-all

ନୟାଗଡ଼: ସୁଦୂର ମାଲେସିଆର ଏକ ହସ୍ପିଟାଲରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ର ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ର ପାତ୍ର (୫୬)ଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଓଡ଼ଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ ଗତ ୬ ତାରିଖରେ ଭୁବନେଶ୍ୱରରୁ କୋଲକାତା ଏବଂ ସେଠାରୁ ସିଙ୍ଗାପୁର ଯାଇ ୭ ତାରିଖରେ କାର୍ଯ୍ୟରେ ଯୋଗଦେଇ ଜାହାଜ ନେଇ ମାଲେସିଆ ଯାଉଥିଲେ । ମାଲେସିଆ ପୋର୍ଟ ରେ ଜାହାଜ ପହଞ୍ଚିବାକୁ ୧୦ କିଲୋମିଟର ବାକିଥିଲା । ସେ ରାତ୍ରି ଭୋଜନ କରି ସୋଇଥିଲେ ମାତ୍ର ସକାଳୁ ବହୁ ବିଳମ୍ବ ପର୍ଯ୍ୟନ୍ତ ନଉଠିବାରୁ କର୍ମଚାରୀ ମାନେ ଜବରଦସ୍ତ କ୍ୟାବିନ ଖୋଲି ଦେଖିବା ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଏୟାର ଲିଫ୍ଟ ମାଧ୍ୟମରେ ମାଲେସିଆ ହସପିଟାଲକୁ ସ୍ଥାନାନ୍ତରିତ ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ଶେଷକୃତ୍ୟ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ ।

ad-week
Leave A Reply

Your email address will not be published.