ଶିଶୁର ସାମଗ୍ରିକ ବିକାଶ ପାଇଁ ଆମ କୁନି ପିଲା କାର୍ଯ୍ୟକ୍ରମ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସ୍ତରୀୟ ଆମ କୁନି ପିଲା କାର୍ଯ୍ୟକ୍ରମ ସମ୍ପକିତ ତାଲିମ ଶିବିର ବ୍ଲକ ସଭଗୃହରେ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଶିଶୁ ବିକାଶ ଅଧିକାରୀ ଲହଡ଼ିମାଳା ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହିଳା ଅଞ୍ଚଳ ପରିଦର୍ଶୀକା କାଜଲ ନାୟକ, ବିଦ୍ୟୁତପ୍ରଭା ପରିଡ଼ା, ଜୟଶ୍ରୀ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ଅନୁପମା ଦାସ ପ୍ରମୁଖ ଅଙ୍ଗନବାଡ଼ି କର୍ମୀ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ପ୍ରଦାନ କରିଥିଲେ ।

ଜନ୍ମରୁ ୩ବର୍ଷ ମଧ୍ୟରେ ଶିଶୁ ମାନଙ୍କର ମସ୍ତିଷ୍କର ସୁସ୍ଥ ବିକାଶ ପାଇଁ ସେମାନଙ୍କୁ ଘର ଓ ପାରିପାର୍ଶ୍ବିକ ବ୍ୟବସ୍ଥା ସହିତ ପରିଚିତ କରାଇବା ଏବଂ ଶିଶୁର ରୁଚି ବିଷୟରେ ପିତା ମାତା ଜାଣିବା ନିହାତି ଆବଶ୍ୟକ ।ଶିଶୁ ମାନଙ୍କୁ ପିତା ମାତା କିପରି ପରିଚାଳନା କରିବେ ସେହିସବୁ ବିଷୟରେ ଅଙ୍ଗନବାଡ଼ି କର୍ମୀ ମାନେ ତାଲିମ ପ୍ରଦାନ କରିଥିଲେ।ଶିଶୁ ମାନଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବାକୁ ଏହି କାର୍ଯ୍ୟକ୍ରମରେ ତାଲିମ ପ୍ରଦାନ କରାଯାଇଛି।

ad-week
Leave A Reply

Your email address will not be published.