

ଆଗୁଆ ଜାମିନ ପାଇଁ ଅପରାଧ ତତ୍ତ୍ୱ ମାନଙ୍କୁ ସୁଯୋଗ ଦେଉଛି ପୋଲିସ …..!
ବୁଗୁଡ଼ା: ଚଳିତ ମାସ ୮ ତାରିଖ ଦିନ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଗହଙ୍ଗୁ ବାଲି ଘାଟରେ ଆସିକା ଏମ.ଏଲ.ଏ ଲେଖା ଥିବା ଏକ ବୋଲର ଓ କେତେକ ବାଇକ ରେ ୧୫ ରୁ ଉର୍ଦ୍ଧ ଯୁବକ ମାନେ ରାତ୍ର ୧୦ ଘଣ୍ଟା ସମୟରେ ଯାଇ ସେଠାରେ ଥିବା ଗାଡି ଗୁଡିକର କାଚ ଭଙ୍ଗା ରୁଜା କରିବା ସହ ଗଣ୍ଡଗୋଳ କରିଥିଲେ। ଏନେଇ ଅଭିଯୋଗ ହେବା ପରେ ବୁଗୁଡ଼ା ପୋଲିସ ୫୭/୨୦୨୬ ରେ ଏକ ମାମଲା ରୁଜୁ କରିଛି। ଆସିକା ନୂଆ ଗାଁ ଅଞ୍ଚଳର ଅନିଲ କୁମାର ପରିଡ଼ା, କାଳୁ ଚରଣ ନାହାକ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, କାଳିଆ ପରିଡ଼ା, ବାଦଲ ସ୍ୱାଇଁ, ପି. ହରି ପାତ୍ର,ଜି.
(ଗିରଫ କରିବାକୁ ପୋଲିସ କୁ ଏତେ ଭୟ କାହାକୁ..? ନା ଆଉ କିଛି..??)

ରାଜେଶ୍ୱର ଦୋରା, ବିକି ପାତ୍ର ଓ ଅନ୍ୟ ଯୁବକ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ବୁଗୁଡ଼ା ପୋଲିସ କେବଳ ମାମଲା ରୁଜୁ କରିଥିଲେବି କେଶ ହୋଇଥିବା ସତ୍ୱ ଆଜି ସୁଦ୍ଧା କୌଣସି ଅଭିଯୁକ୍ତ କୁ ପୋଲିସ ଗିରଫ କରିନାହଁ ଯୁବକ ମାନେ ଖୁଲାମ ଖୁଲା ବୁଲୁଥୁବା ଅଭିଯୋଗ ହେଉଛି। ମାମଲା ରୁଜୁ କରିବା ପରେ ଅପରାଧ ତତ୍ତ୍ୱ ମାନଙ୍କୁ ଆଗୁଆ ଜାମିନ ଆଣିବା ପାଇଁ ପୋଲିସ ସୁଯୋଗ ଦେଉଥିବା ଏବେ ଚର୍ଚ୍ଚା ହେଲାଣି। ଆସିକା ବିଧାୟକ ଙ୍କ ଗାଡି ଧରି ଖୁଲାମ ଖୁଲା ଆତଙ୍କ ସୃଷ୍ଟି କରି ଗଣ୍ଡଗୋଳ କରିଥିବା ଯୁବକ ମାନଙ୍କ ପ୍ରତି ପୋଲିସ ର କୋହଳ ମନୋବୃତି ଯୋଗୁଁ ସାଧାରଣ ରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ପୋଲିସ କାହା ଚାପ ରେ ରହି ଏପରି କାମ କରୁଛି ତାହାବି ତଦନ୍ତ ସାଫେକ୍ଷ୍ୟ ବୋଲି ସାଧାରଣ ରେ ଦାବୀ ହେଲାଣି l ଜଦି ଜଣେ ସାଧାରଣ ବ୍ୟକ୍ତି ଏପରି କାମ କରିଥାନ୍ତା ତେବେ କଣ ପୋଲିସ ନୀରବ ରହିଥାନ୍ତା କି ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି l ଗହଙ୍ଗୁ ବାଲି ଘାଟରେ ଗଣ୍ଡଗୋଳ ପରେ ଆସିକା ଅଞ୍ଚଳ ରେ ବାତାବରଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଉଭୟ ଗୋଷ୍ଠିଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି କେଉଁ ମୁହୂର୍ତ୍ତ ରେ ହେବ କିଏ ଅବା କହିବ। ଅଦୃଶ୍ୟ ଶକ୍ତିର ଚାପ ରେ ପୋଲିସ ଗିରଫ ଦାରି କରୁଥିବା ଆଲୋଚନା ହେଉଛି। କିନ୍ତୁ ସାଧାରଣ ଲୋକଙ୍କୁ ପଚାରେ କିଏ..? ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି l