ଧରାକୋଟ ବ୍ଲକ ର ଜାହାଡା ବେଆଇନ ବାଲି ଘାଟରୁ ଚାଲିଛି ଚୋରା ବାଲି ଚାଲାଣ…..!

newyr25

ଆସିକା ରେ ବନ୍ଦ ଧରାକୋଟ ରେ: ମେଲା : ପ୍ରଦୀପ କରୁଛନ୍ତି ଧରାକୋଟ ରେ ରାଜ …..

ଲଘୁ ଖଣିଜ ଦ୍ରବ୍ୟ ଖୁଲାମ ଖୁଲା ଲୁଟ ପ୍ରଶାସନ ନୀରବ ଦ୍ରଷ୍ଟା …..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବେଆଇନ ଚୋରା ବାଲି କାରଵାର ଏବେ ଟିକିଏ ରୋକ ଲାଗିଛି। କାରଣ ଏହାର ବିରୋଧ ରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରତିବାଦ କରିଛନ୍ତି l ଏହାର ସୁଯୋଗ ରେ ଧରାକୋଟ ବ୍ଲକ ଅନ୍ତର୍ଗତ ଜାହାଡ଼ା ଗ୍ରାମ ନିକଟରେ ଥିବା ଋଷିକୂଲ୍ୟା ନଦୀରୁ ଦୈନିକ ସହ ସହ ଗାଡିରେ ବେଆଇନ ଭାବେ ବାଲି ଲୁଟ ହେଉଛି। ବିନା ୱାଇ ଫର୍ମ ରେ ବାଲି ମାଫିଆ ମାନେ ଚୋରା ବାଲି ଚାଲାଣ କରୁଛନ୍ତି। ରାଜସ୍ବ, ଖଣି ଓ ପୋଲିସ ବିଭାଗ ଜାହାଡା ବେଆଇନ ବାଲି ଘାଟ କୁ ସମ୍ପୂର୍ଣ ଛୁଟ୍ ଦେଇଥିବା ଚର୍ଚ୍ଚା ହେଉଛି। ଜେସିବି ସାହାଯ୍ୟରେ ହାଇୱା, ଟ୍ରକ ଓ ଟିପର ରେ ଜିଲ୍ଲାର କୋଣ ଅନୁକୋଣ କୁ ଏଠାରୁ ବାଲି ଚାଲାଣ ହେଉଛି। ଅଧିକାଂଶ କରି ଢଉଗାଁ ଦେଇ ସାଉଁଳେଇ ରାସ୍ତା ଦେଇ ବ୍ରହ୍ମପୁର, ଚିକିଟି ଅଞ୍ଚଳ କୁ ଗାଡ଼ିରେ ଖୁଲାମ ଖୁଲା ବାଲି ଚାଲାଣ ହେଉଛି। ଏହା ସହ ଜାନିବିଲି ନିକଟରେ ଥିବା କ୍ରସର ପାଇଁ ନିକଟରେ ଥିବା ପାହାଡ଼ ଫୁଟା ଯାଉଥିବା ଅଭିଯୋଗ ହୋଇ ଆସୁଛି। ଜିଲ୍ଲାରେ ବର୍ତ୍ତମାନ ମାଳ ମାଳ କ୍ରସର ୟୁନିଟ ଖୋଲା ଯାଉଛି ଯାହାର କାଗଜ ପତ୍ର ମୋତେ ଠିକ ନାହିଁ, ପ୍ରଶାସନ କୁ ହାତ ବାରିସୀ କରି ପାହାଡ଼ ସଫା କରି ଚାଲିଛନ୍ତି ମାଫିଆ l କ୍ରସର, ବାଲି ସାଙ୍ଗକୁ ମିଲ ବ୍ୟବସାୟ ରେ ସାମ୍ରାଜ୍ୟ ବିସ୍ତାର କରିଥିବା ବ୍ୟକ୍ତି ପ୍ରଶାସନ ମୁହଁରେ ତୁଣ୍ଡି ବାନ୍ଧି ଦେଇଥିବା ଚର୍ଚ୍ଚା ହେଉଛି। ମୁଠା ମୁଠା ଟଙ୍କାର ଖେଳ ଧରାକୋଟ ଅଞ୍ଚଳ ରେ ଚାଲିଥିବା ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲା ପାଳ ଏହି ତିନି ବ୍ୟବସାୟ ସହିତ ଜଡିତ ଥିବା ବ୍ୟବସାୟୀ ଙ୍କ ପ୍ରତି ଚଢ଼ାଉ କଲେ ଭାଇଙ୍କ କଳା କାରନାମା ପଦାରେ ପଡ଼ିବ ବୋଲି ସାଧାରଣ ରେ ଦାବୀ ହେଉଛି।

Leave A Reply

Your email address will not be published.