ଓଡ଼ଗାଁ ବ୍ଲକ ଆନୁକୁଲ୍ୟରେ ଏକତା ପଦଯାତ୍ରା

add-all

ନୟାଗଡ଼: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଆନୁକୁଲ୍ୟରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିବାଳା ରଣାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ, ମିଶନ ଶକ୍ତିର ମହିଳା ମାନେ ବ୍ଲକ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ସେଠାରୁ ଶୋଭାଯାତ୍ରାରେ ବାହାରି ଏକତାର ମନ୍ତ୍ର ଗାନ କରି ନଗର ପରିକ୍ରମା କରି ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ । ସେଠାରୁ ଅନୁରୂପ ଭାବରେ ପଦଯାତ୍ରା ବ୍ଲକ ପର୍ଯ୍ୟନ୍ତ ଆସିଥିଲା ।

ବ୍ଲକ ସଭଗୃହାରେ ଆୟୋଜିତ ସଭାରେ ସମସ୍ତେ ଏକତ୍ରିତ ହୋଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ଭାରତ, ଶ୍ରେଷ୍ଠ ଭାରତ ସମ୍ପର୍କରେ ଆଲୋଚନା କରିଥିଲେ ।ଓଡ଼ଗାଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଗତ ୧୧ ତାରିଖରେ ଅନୁଷ୍ଠିତ କବାଡି ପ୍ରତିଯୋଗିତାର ବାଳକ ଦଳ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ସରକାରୀ ଉଚ୍ଚ ବିଦ୍ୟାଳୟ କୋମଣ୍ଡ,ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ସରକାରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ଓଡ଼ଗାଁ, ସେହିପରି ବାଳିକା ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁ, ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଆନନ୍ଦ ସାହୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁରାଳ କବାଡି ଦଳକୁ ପୁରସ୍କୃତ କରାଯାଇଥିଲା । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ମିନି ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରାଜେଶ ନାୟକ ଏବଂ ପ୍ରୋଗ୍ରାମ ସହାୟକ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.