ଗହଙ୍ଗୁ ବାଲି ଘାଟ ଗଣ୍ଡଗୋଳ ମାମଲା : ଏତଲା ର ଦଶ ଦିନ ବିତିଲା ପୋଲିସ ହାତ ଖାଲି……!

newyr25

କାହା ଚାପରେ ଅପରାଧ ତତ୍ତ୍ୱ ମାନଙ୍କୁ ସୁଯୋଗ ଦେଉଛି ପୋଲିସ …..!

ନା ହେଲାକି ଫିକ୍ସଙ୍ଗ…?
ବୁଗୁଡ଼ା: ଚଳିତ ମାସ ୮ ତାରିଖ ଦିନ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଗହଙ୍ଗୁ ବାଲି ଘାଟରେ ଆସିକା ଏମ.ଏଲ.ଏ ଲେଖା ଥିବା ଏକ ବୋଲର ଓ କେତେକ ବାଇକ ରେ ୧୫ ରୁ ଉର୍ଦ୍ଧ ଯୁବକ ମାନେ ରାତ୍ର ୧୦ ଘଣ୍ଟା ସମୟରେ ଯାଇ ସେଠାରେ ଥିବା ଗାଡି ଗୁଡିକର କାଚ ଭାଙ୍ଗବା ସହ ଗଣ୍ଡଗୋଳ କରିଥିଲେ। ଏନେଇ ଅଭିଯୋଗ ହେବା ପରେ ବୁଗୁଡ଼ା ପୋଲିସ ୫୭/୨୦୨୬ ରେ ଏକ ମାମଲା ବୁଗୁଡ଼ା ଥାନାରେ ରୁଜୁ କରିଛି। ଆସିକା ନୂଆ ଗାଁ ଅଞ୍ଚଳର ଅନିଲ କୁମାର ପରିଡ଼ା,କାଳୁ ଚରଣ ନାହାକ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, କାଳିଆ ପରିଡ଼ା, ବାଦଲ ସ୍ୱାଇଁ, ପି. ହରି ପାତ୍ର,ଜି. ରାଜେଶ୍ୱର ଦୋରା, ବିକି ପାତ୍ର ଓ ଅନ୍ୟ ଯୁବକ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ବୁଗୁଡ଼ା ପୋଲିସ କେବଳ ମାମଲା ରୁଜୁ କରିଥିଲେବି କେଶ ହୋଇଥିବା ଯୁବକ ମାନେ ଖୁଲାମ ଖୁଲା ବୁଲୁଥୁବା ଅଭିଯୋଗ ହେଉଛି। ମାମଲା ରୁଜୁ କରିବା ପରେ ଅପରାଧ ତତ୍ତ୍ୱ ମାନଙ୍କୁ ଆଗୁଆ ଜାମିନ ଆଣିବା ପାଇଁ ପୋଲିସ ସୁଯୋଗ ଦେଉଥିବା ଚର୍ଚ୍ଚା ହେଲାଣି। ଏବଂ ପୋଲିସ କାହା ଚାପରେ ରହୁଛି ନୀରବ ବୋଲି ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଲାଣି l ଆସିକା ବିଧାୟକ ଙ୍କ ଗାଡି ଧରି ଖୁଲାମ ଖୁଲା ଆତଙ୍କ ସୃଷ୍ଟି କରି ଗଣ୍ଡଗୋଳ କରିଥିବା ଯୁବକ ମାନଙ୍କ ପ୍ରତି ପୋଲିସ ର କୋହଳ ମନୋବୃତି ଯୋଗୁଁ ସାଧାରଣ ରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦଶ ଜଣଙ୍କ ନାଁ ରେ ଏତେଲା ଥିବା ୪ ଜଣ ଯୁବକ ମାନେ ଆସିକା ବିଧାୟକଙ୍କ ବାସ ଗୃହରେ ଦୁଇ ଦିନ ପୂର୍ବରୁ ଏକ ଖବର ଦାତା ସମ୍ମିଳନୀ କରିଥିବା ଜଣା ପଡିଛି। ବୁଗୁଡ଼ା ପୋଲିସ ଜାଣି ଶୁଣି ଗିରଫ କରୁନଥିବା ବାହାରେ ଆଲୋଚନା ହେଉଛି। ଆଗୁଆ ଜାମିନ ଆଣିବା ପରେ ପୋଲିସ ମୁହଁ ଖୋଲିବ ବୋଲି ଚର୍ଚ୍ଚା ଜୋର ଧରିଛି। ଯେମିତି ଜଣାପଡୁଛି ଅପରାଧୀ ଙ୍କ ସହିତ ପୋଲିସ ର କିଛି ଫିକ୍ସଙ୍ଗ ହୋଇଛି ବୋଲି ବି ଚର୍ଚ୍ଚା ହେଲାଣି l ତେଣୁ ଆଗାମୀ ଦିନରେ କିଛି ଅପ୍ରୀତିକର ପରିସ୍ଥିତି କିମ୍ୱା ମୁଣ୍ଡ ଗଡିବ ତେଵେ ଏଥିପାଇଁ ପୋଲିସ ହିଁ ଦାୟୀ ରହିବ ବୋଲି ବିଭିନ୍ନ ଖଟିରେ ଆଲୋଚନା ହେଲାଣି l

Leave A Reply

Your email address will not be published.