
କୋରାପୁଟ /ଜୟପୁର – 24/02/26:- କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବାରିଣୀପୁଟ ଗ୍ରାମପଞ୍ଚାୟତର ଦେଓଗୁଡ଼ା ଗ୍ରାମ ଠାରେ ଅବସ୍ଥିତ ଥିବା ଶହ ଶହ ବର୍ଷର ପ୍ରାଚୀନ କିମ୍ବଦନ୍ତି ଦେଓଗୁଡି ଥିବା ପାହାଡ଼ରୁ ଫାଳେ ବେଧଡ଼କ ଦିବାଲୋକରେ କାଟିନେବା ଘଟଣା ଅଞ୍ଚଳ ବାସୀଙ୍କୁ ବିସ୍ମୟ ସୃଷ୍ଟି କରିଛି, ଦାୟିତ୍ୱରେ ଥିବା ବିଭାଗୀୟ କାର୍ଯ୍ୟଳୟ କିଛି ଦୂରରେ ରହିଥିବା ବେଳେ ପାହାଡ଼ରୁ ଫାଳେ କାଟିଦେବା ଘଟଣାରେ କେଉଁଠି ନା କେଉଁଠି ବିଭାଗ ମାନଙ୍କର କାର୍ଯ୍ୟକାରିତା ଏବଂ ଉଦାସୀନତା ମନୋଭାବକୁ ଦର୍ଶାଉଛି l ଯାହାକୁ ନେଇ ଜନମାନସରେ ସମ୍ପୃକ୍ତ ବିଭାଗ ସନ୍ଦେହ ଘେରରେ lପ୍ରକାଶ ଯୋଗ୍ୟ ଯେ,ଏ ସମ୍ପର୍କରେ ଦେଓଗୁଡ଼ା ଗ୍ରାମ ଏବଂ ବାରିଣୀପୁଟ ପଞ୍ଚାୟତରେ ଲୋକମାନଙ୍କ ଦ୍ୱାରା କୌଣସି ପ୍ରକାର ପଲ୍ଲୀସଭା,ଗ୍ରାମସଭା ପରି ଜନସଚେତନା କାର୍ଯ୍ୟକ୍ରମ କରାଯାଇ ନାହିଁ ବୋଲି ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଜାଦ ଯୁବକ ସଂଘର କର୍ମକର୍ତ୍ତା, ସମ୍ପାଦକ ଜୀତେନ୍ଦ୍ର ନାୟକ ଏବଂ ଗଦାଧର ଧଳ ଜୟପୁର ଲିଙ୍ଗରାଜ ନଗର ସ୍ଥିତ ଖଣି ଉପନିର୍ଦ୍ଦେଶକଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ଉପରୋକ୍ତ ବିଷୟରେ ଅବଗତ କରାଇ ଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲା ମୂଳ ଅଧିବାସୀ ମହାସଂଘର ସଭାପତି ଏବଂ ସଂପାଦକଙ୍କ ବ୍ୟତୀତ ଜ଼ିଲ୍ଲା ସ୍ତରୀୟ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଛନ୍ତି ।
ଏହି ଅଞ୍ଚଳ ନାମକୁ ମାତ୍ର ପଞ୍ଚମ ଅନୁସୂଚୀତ ଅଞ୍ଚଳ ଭାବେ ପରିଗଣିତ,ଦାୟୀତ୍ୟରେ ଥିବା ବିଭାଗ ମାନଙ୍କର ସରକାରୀ ବାବୁମାନେ ପେଶା ଭଳି ଗୁରୁତ୍ୟପୂର୍ଣ୍ଣ ଆଇନ ଉପରେ ଗୁରୁତ୍ବ ଦେଉନଥିବା ଦେଖାଯାଇଛି,କିମ୍ବଦନ୍ତି ଦେଓଗୁଡି ଥିବା ପାହାଡ଼ ସ୍ଥିତ ଅଞ୍ଚଳର ଜନସାଧାରଣଙ୍କ ମତାମତ ନ ନେଇ କିପରି ଭାବେ ପାହାଡ଼ ମାନଙ୍କରୁ ମାଟି କଟାଯାଉଛି ଏବଂ କିଛି ଦିନ ପରେ ଉକ୍ତ ସ୍ଥାନରେ ଅଜଣା ମାଲିକ ଦ୍ୱାରା ଜାଗା ବିକ୍ରୟ ପାଇଁ ପ୍ଲଟିଙ୍ଗ କରାଯାଉଛି ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
କୁହାଯାଏ ଜୟପୁରର ସୂର୍ଯ୍ୟ ବଂଶି ରାଜାଙ୍କ ଆଗମନ ପୂର୍ବରୁ ଶିଳାବଂଶର ରାଜ୍ୟତ୍ୱ ଅମଳରୁ ଏହି ପାହାଡ଼ ଉପରେ ଦେଓଗୁଡ଼ି ରହିଥିବା ଯୋଗୁଁ ଆଦିବାସୀଙ୍କ ଭାଷାକୋଷ ଅନୁସାରେ ପାହାଡ଼ର ପାଦଦେଶରେ ଥିବା ଗାଁର ନାମ ଦେଓଗୁଡ଼ା ହୋଇଥିବା ଆଦିବାସୀ ଲୋକକଥାରେ ଶୁଣାଯାଏ ।

ଏହିପରି ଐତିହାସିକ ସ୍ମୃତି ଓ କିମ୍ବଦନ୍ତି ଥିବା ସ୍ଥଳକୁ ପର୍ଯ୍ୟଟନ ଓ ଅନ୍ୟ ବିଭାଗମାନଙ୍କ ପକ୍ଷରୁ ସୁରକ୍ଷାପାଇଁ ବ୍ୟବସ୍ଥା ଗ୍ରହଣ କରାଯିବା ସହ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେଇ ତୁରନ୍ତ ବେଆଇନ ପାହାଡ଼ କଟାକୁ ପ୍ରୋତ୍ସାହନ କରୁଥିବା ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଉଚ୍ଚିତ ବୋଲି ପଞ୍ଚାୟତ ବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି l