କୋଟପାଡ଼ ଅଧିଷ୍ଠାତି ଦେବୀ ମାଁଏ ଠକରେଆନ୍‌ଙ୍କ ତ୍ରୟ ବାର୍ଷିକ ଘଣ୍ଟଯାତ୍ରା ପାଇଁ “ହୁକୁମ”ମାଗିବା ପରମ୍ପରା ଅନୁଷ୍ଠିତ

add-all

କୋରାପୁଟ /କୋଟପାଡ଼:- 25/02/26:–କୋରାପୁଟ ଜିଲ୍ଲା କୋଟପାଡ଼ ଗଡ଼ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମାଁଏ ଠକରେଆନ୍(ଶୀତଳା ଠାକୁରାଣୀ)ଙ୍କ ତ୍ରୟବାର୍ଷିକ ଘଣ୍ଟଯାତ୍ରା ଆରମ୍ଭ ନିମନ୍ତେ “ହୁକୁମ”ମଗା ପରମ୍ପରା ମଙ୍ଗଳବାର ଦିନ ଅନୁଷ୍ଟିତ ହୋଇଯାଇଛି I ଗଡ଼ର ମୂଳ ଆଦିବାସୀ ପରମ୍ପରା ଅନୁଯାୟୀ ଗୁଡ଼ିର ପୂଜାରୀ ଟଙ୍କ ମାଳୀ ଏବଂ ରାମ ପୂଜାରୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ପ୍ରତି ତିନି ବର୍ଷରେ ଥରେ ନଅ ଦିନ ଧରି ଅନୁଷ୍ଟିତ ହେଉଥିବା ଯାତ୍ରା ସୁରଖୁରୁରେ ଆନନ୍ଦ ଉଲ୍ଲାସର ବାତାବରଣ ହେଉ ବୋଲି ହୁକୁମ(ଆଜ୍ଞାମାଳ) ମାଗିଥିଲେ ।
ପ୍ରକାଶ ଯୋଗ୍ୟ ଯେ, ଏହି ଐତିହାସିକ ନଅଦିନ ଧରି ହେଉଥିବା ଘଣ୍ଟଯାତ୍ରାରେ ପୋଡ଼ଶୀ ରାଜ୍ୟ ଛତିଶଗଡ଼,ଆନ୍ଦ୍ରପ୍ରଦେଶ ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାର ଭକ୍ତମାନେ ଠାକୁରାଣୀଙ୍କ ଦର୍ଶନ ସକାଶେ ଭକ୍ତଙ୍କ ଅପାର ସମାଗମ ହୋଇଥାଏ l ଆସନ୍ତା ମାସ ତେଇଶି ତାରଖରୁ ଯାତ୍ରା ଆରମ୍ଭ ହୋଇ ଏପ୍ରିଲ ଏକ ତାରିଖ ଯାଏଁ ଅନୁଷ୍ଠିତ ହେବ l

ad-week
Leave A Reply

Your email address will not be published.