
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ଗତକାଲି ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ରବିଗାଡିଆ ପଞ୍ଚାୟତ ବଲଭଦ୍ରପୁରରୁ ଓଡି ୦୨ବିକେ ୫୭୫୭ ମାଙ୍କଡ଼ା ପଥର ବୋଝେଇ ଟ୍ରକକୁ ଜବତ କରିଥିଲେ । ସେହିପରି ଓଡି ୫ଜି ୭୮୬୭ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରି ଦୁଇ ଚଳକକୁ ଗିରଫ କରାଯାଇଛି ।ଗିରଫ ଚାଳକ ଦ୍ବୟ ସ୍ଥାନୀୟ ରଙ୍ଗଣି ପାଟଣା ପଞ୍ଚାୟତ ଗୋଡ଼ିପଲ୍ଲି ଗ୍ରାମର ପ୍ରତାପ ଦାସ ଏବଂ ସଞ୍ଜୟ ସେଠୀ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଜାମିନରେ ଛଡାଯାଇଛି ।
ପ୍ରକାଶ ଥାଉ କି ଏହିପରି ନିୟମିତ ବେଆଇନ ଖଣିରେ ପଥର କଟାଯାଇ ତାହାକୁ ଚୋରା ଚାଲାଣ କରାଯାଉଛି ।ଖଣି ବିଭାଗ ଏବଂ ପୋଲିସକୁ ଚକମା ଦେଇ ଏହି ଖଣି ମାଫିଆ ମାନଙ୍କ ଦ୍ଵାରା ପରିଚାଳିତ ତିନି ଶ୍ରେଣୀ ବିଶିଷ୍ଟ ସୁରକ୍ଷା ବଳୟକୁ ନା ଖଣି ବିଭାଗ ନା ପୋଲିସ ବିଭାଗ ଭେଦ ପାଇ ପାରୁନାହାନ୍ତି ।ପରବର୍ତ୍ତୀ ସମୟରେ ଲୋକ ଦେଖାଣିଆ ବେଆଇନ ପଥର ଟ୍ରକ୍ ଜବତ କରି ଜୋରିମାନା ଅସୁଲ ପରେ ଛାଡ଼ିଦେବା ଏବଂ ପୁନର୍ବାର ସେହି ଗାଡ଼ିରେ ପୁଣି ପଥର ଚୋରା ଚାଲାଣ କରିବା ଗତାନୁଗତିକ ପ୍ରକ୍ରିୟାରେ ପରିଣତ ହୋଇଗଲାଣି ।