ପଦ୍ମଗିରି ଧାନ ମଣ୍ଡିରେ ଚାଷୀଙ୍କ ଧାନ କ୍ରୟ ହେଉ ନଥିବା ଓ ଟାର୍ଗେଟ ବୃଦ୍ଧି ଦାବିରେ ଚାଷୀ ହେଲେ ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ଧାନ ମଣ୍ଡିରେ ଅବ୍ୟବସ୍ଥା ସହ ଚାଷୀଙ୍କ ଧାନ କ୍ରୟ ହେଉ ନଥିବା ନେଇ ଚାଷୀ ହେଲେ ଉପ ଜିଲ୍ଲାପାଳଙ୍କ ଦ୍ୱରସ୍ତ। ଚାଷୀଙ୍କ ଧାନ ଉଠିବା ପାଇଁ ଉପଯୁକ୍ତ ପରିମାଣର ଟାର୍ଗେଟ ଆସୁନଥିବା ହେତୁ ଏହାର ସମାଧାନ ପାଇଁ ସେମାନେ ଦାବି ଜଣାଇଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ବିଗତ ଦିନରେ ମଣ୍ଡି ପାଇଜ୍ନ ହୋଇଥିବା ସର୍ଭେ ସମୟରେ ୭୮୦୦ କୁଇଣ୍ଟାଲ ଧାନ କ୍ରୟ ଟାର୍ଗେଟର ଆବଶ୍ୟକତା ଜଣା ପଡିଥିଲା। ପୂର୍ବରୁ ଏହି ପଦ୍ମଗିରି ମଣ୍ଡିରେ ସପ୍ତାହକୁ ୨୦୦୦ କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଆସୁଥିବା ବେଳେ ଚାଷୀ ନିଜର ଧାନ ସୁରୁଖୁରୁରେ ବିକ୍ରୟ କରି ପାରିବେ ବୋଲି ଆସା ରଖିଥିଲେ। କିନ୍ତୁ ବର୍ତ୍ତମାନ ମଣ୍ଡି ଆରମ୍ଭ ପରେ ୩ ସପ୍ତାହରେ ଧାନ କିଣିବା ପାଇଁ ମାତ୍ର ୨୬୦୦ କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଆସିଥିଲା।

ଯାହା ଫଳରେ ଚାଷୀଙ୍କ ପାଖରେ ଟୋକେନ ଥାଇ ମଧ୍ୟ ସେମାନେ ବର୍ତ୍ତମାନ ଯାଏଁ ସମସ୍ତ ଧାନ ବିକ୍ରୟ କରି ପାରିନଥିବା ବେଳେ ଏହି ଟୋକେନର ଅବଧି ସରିବାର ଭୟ ଚାଷୀଙ୍କୁ ଚିନ୍ତାରେ ପକାଇଛି। ତେଣୁ ଚାଷୀ ମାନେ ଆଉ ୩ ସପ୍ତାହ ମଣ୍ଡି ପରିଚାଳନା କରି ଅଧିକ ୬୦୦୦ କୁଇଣ୍ଟାଲ ଟାର୍ଗେଟ ପାଇଁ ଦାବି କରି ଇଉପିଏ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଦାବି ଜଣାଇଥିଲେ। ଯାହାକୁ ନେଇ ଇଉପିଏ ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେବେ ଓ ଚାଷୀଙ୍କ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ପାଇ ଚାଷୀ ଫେରିଥିଲେ। ଚାଷୀଙ୍କ ସମସ୍ୟାର ସମାଧାନ ନହେଲେ ସେମାନେ ଆନ୍ଦୋଳନର ପନ୍ଥା ଅପନେଇବେ ବୋଲି ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.