କୋଟପାଡରେ ଭିବି ଜି ରାମ ଜି ଯୋଜନାକୁ ନେଇ ସଚେତନତା ସଭା

add-all

କୋରାପୁଟ /କୋଟପାଡ଼ : କୋଟପାଡ ଦଶହରା ପଡିଆ ଠାରେ ବିକଶିତ ଭାରତ (ଗ୍ୟାରେଣ୍ଟି) ରୋଜଗାର ଏବଂ ଜୀବିକା ମିଶନ ( ଗ୍ରାମୀଣ) ନୂତନ ଯୋଜନାକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଯୋଜନା ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କୋଟପାଡ ବିଧାୟକ ରୂପୁ ଭତ୍ରା ଯୋଗଦେଇ ନୂତନ ଯୋଜନାରେ ଗ୍ରାମାଞ୍ଚଳର ଲୋକ ମାନଙ୍କ ନିମନ୍ତେ ନିଶ୍ଚିତ ଭାବେ ରୋଜଗାର ଯୋଗାଇ ଦେବାକୁ ଆଇନ ପ୍ରଣୟନ କରାଯାଇଥିବା ଉଲ୍ଲେଖ ରହିଛି ବୋଲି ଉପସ୍ଥିତ ଲୋକମାନଙ୍କ ନିକଟରେ ଆଲୋକପାତ କରିଥିଲେ।


ଅନ୍ୟ ମାନଙ୍କ ମଧ୍ୟରେ କୋଟପାଡ ବ୍ଲକ ଅଧ୍ୟକ୍ଷା କମଳା ଭତ୍ରା,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ପାନୀୟ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଗୀର୍ଲ୍ଲା ଠାରେ 64 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କଲ୍ୟାଣ ମଣ୍ଡପର ମନ୍ତ୍ରୀ ନାୟକଙ୍କ ଦ୍ବାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।ଏଥି ସହ 83 ଟି ସ୍ବୟଂ ସହାୟକ ମହିଳା ଗୋଷ୍ଠୀ ଙ୍କୁ 4 କୋଟି 43 ଲକ୍ଷ 58 ହଜାର ଟଙ୍କାର ଋଣ ପ୍ରଦାନ ନିମନ୍ତେ ଚେକ ବଣ୍ଟନ କରାଯାଇଥିଲା।କୋଟପାଡ ବିଡିଓ ସନ୍ଧ୍ୟା ସମରଥ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.