
କୁକୁଡ଼ାଖଣ୍ଡି : ନିମଖଣ୍ଡି ଥାନା ଅନ୍ତର୍ଗତ ଝାଡ଼ାଙ୍କୁଲି-କୁସସ୍ଥଳୀ ରାସ୍ତାରେ ଗୁରୁବାର ସନ୍ଧ୍ୟା ସମୟରେ ଏକ ବରୱେଲ( ଓଡ଼ି୦୭ବି୫୪୧୪) ନମ୍ବର ବିଶିଷ୍ଟ ବରୱେଲ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା । ପ୍ରତ୍ୟେକ୍ଷ ଦର୍ଶୀଙ୍କ ସୂଚନା ଅନୁସାରେ ଏକ ସାଇକେଲକୁ ଧକ୍କା ଦେଇ ରାସ୍ତା ପାଶ୍ୱର୍ରେ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ ଘଟିଥିବା ବେଳେ ଅନ୍ୟପ୍ରାୟ ୭ଜଣ ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ଦୁଇ ମୃତକ ହେଲେ ମୟୂରଭଞ୍ଜର ରବିନାରାୟଣ ଓ ଫୁଲବାଣୀର ସୁବାଶ କହଁର ହୋଇଥିବା ଜଣାପଡିଛି । ତେବେ ବରୱେଲ ଗାଡ଼ି ତଳେ ଆଉ କିଛି କର୍ମଚାରୀ ଚାପି ହୋଇଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ପ୍ରକାରେ ନିମଖଣ୍ଡି ଥାନା ପୁଲିସ ଓ ସ୍ଥାନୀୟ ବାସିନ୍ଦା ଯାଇ କ୍ରେନ ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି । ପୁଲିସ ମୃତ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି ।