ହିତାଧିକାରୀଙ୍କୁ ସଠିକ ସମୟରେ ଭତ୍ତା ମିଳୁନି

newyr25

ହିତାଧିକାରୀଙ୍କୁ ସଠିକ ସମୟରେ ଭତ୍ତା ମିଳୁନି। ଏପରିକି ଭତ୍ତା ମଧ୍ୟ ହିତାଧିକାରୀଙ୍କୁ ମିଳୁ ନାହିଁ। ମହାନଗର ନିଗମରେ ୫ ହଜାର ନୂତନ ଭତ୍ତା ଆବେଦନକାରୀ ରହିଛନ୍ତି। ସେମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଯଦ୍ୱାରା ବହୁ ହିତାଧିକାରୀ ହଇରାଣ ହରକତ ହେଉଛନ୍ତି। ବିଇଏମସିର ଭତ୍ତା ପ୍ରଦାନ ଦାୟିତ୍ୱରେ ରହିଥିବା ଆଇସିଆଇସିଆଇ ବ୍ୟାଙ୍କ ମନମୁଖୀ ନୀତି ଅବଲମ୍ବନ କରୁଛି। ଯଦ୍ୱାରା ବହୁ ହିତାଧିକାରୀ ପ୍ରତି ମାସରେ ଭତ୍ତା ପାଇବା ବଦଳରେ ୩ ମାସକୁ ଥରେ ଭତ୍ତା ପାଉଛନ୍ତି। ବ୍ୟାଙ୍କର ଏଭଳି ମନମୁଖୀ ଓ ଅନିୟମିତତା ବିରୋଧରେ ସସସ୍ତ କର୍ପୋରେଟର ମିଳିତ ଭାବେ ବ୍ୟାଙ୍କର କାର୍ଯ୍ୟକଳାପକୁ ଅଚଳ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବୁଧବାର ବିଇଏମସି ସମ୍ମିଳନୀ କକ୍ଷରେ ଅନୁ୍‌ଷ୍ଠିତ ସାଧାରଣ ବୈଠକରେ ମେୟର ସଂଘମିତ୍ରା ଦଳେଇ କଡା ଚେତାବନୀ ଦେଇଛନ୍ତି। ପୂର୍ବ ସରକାର ସମୟରେ ବୃଦ୍ଧା ବୃଦ୍ଧଙ୍କୁ ଛତା ଓ କମ୍ବଳ ବାବଦକୁ ଟଙ୍କା ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ତାହା ମଧ୍ୟ ବନ୍ଦ କରାଯାଇଛି। ଏ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିନିଧି ଶିବ ନାୟକ ବର୍ତ୍ତମାନ ରାଜ୍ୟ ବଜେଟରେ ଭତ୍ତା ପ୍ରଦାନ ପାଇଁ ଟଙ୍କା ମଞ୍ଜୁର ହୋଇଛି। ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଥିଲେ। କିନ୍ତୁ କର୍ପୋରେଟରମାନେ ନିଗମକୁ କେତେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରଶ୍ନ କରିିଥିଲେ। କିନ୍ତୁ ପ୍ରତିନିଧିଙ୍କଠାରୁ କୌଣସି ଉତ୍ତର ନ ମିଳିବାରୁ କର୍ପୋରେଟର ସୁରେନ୍ଦ୍ର କୁମାର ମହାରଣାଙ୍କ ସମେତ ବହୁ କର୍ପୋରେଟର ଭତ୍ତା ଟଙ୍କା ବିଳମ୍ବତାକୁ ନେଇ ତୀବ୍ର ବିରୋଧ କରିଥିଲେ।

ବିଧାୟକ, ଏମପି ଓ ମନ୍ତ୍ରୀଙ୍କ ପ୍ରତିନିଧିଙ୍କ ଜରିଆରେ ଘଟଣାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରିବା ପାଇଁ ମେୟର ଦାବି କରିଥିଲେ। କର୍ପୋରେଟର ସୁରେନ୍ଦ୍ର କୁମାର ମହାରଣା ଗତ ଦେଢ ବର୍ଷ ହେଲା ସହରର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ କରିଥିଲେ। ଏଥିସହ ଭେଣ୍ଡିଂ ଜୋନରେ ମହିଳାଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ପାଇଁ ସେ ପ୍ରସ୍ତାବ ଦେଇଥିଲେ। କର୍ପୋରେଟର ଟି କିଶୋର ପାତ୍ର ବିଇଏମସିର ଅଧିକାରୀମାନେ କର୍ପୋରେଟରଙ୍କୁ ସହଯୋଗ କରୁ ନ ଥିବା କହିଥିଲେ। ଗୋଷ୍ଠୀ ସଂଯୋଜିକା (ସିଇଓ)ମାନେ କର୍ପୋରେଟରଙ୍କ ସହ ସମନ୍ୱୟ ଓ ସହଯୋଗ କରୁ ନ ଥିବା ସେ ଅଭିଯୋଗ କରିଥିଲେ। ଯନ୍ତ୍ରୀମାନେ ମଧ୍ୟ ମନମୁଖୀ କାର୍ଯ୍ୟ କରୁଛନ୍ତି। ଆଜକୁ ଦେଢ ବର୍ଷ ଧରି କୌଣସି ଟେଣ୍ଡର ହୋଇ ନ ଥିବା କର୍ପୋରେଟର କହିଥିଲେ। ସିଇଓଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କର୍ପୋରେଟରମାନେ ଦାବି କରିଥିଲେ। ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ନେତୃତ୍ୱରେ ଗୋଷ୍ଠୀ ସଂଯୋଜିକାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି କମିଶନର ସୂଚନା ଦେଇଥିଲେ। ଅନ୍ୟପଟେ ସର୍ଭେ ସମୟରେ ସିଇଓମାନେ ଅନିୟମିତତା ପ୍ରଦର୍ଶନ କରୁଛନ୍ତି। ଯଦ୍ୱାରା ଗରିବ ଲୋକମାନେ ଭତ୍ତା ପାଇବାରୁ ବଂଚିତ ହେଉଛନ୍ତି ବୋଲି କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି ଅଭିଯୋଗ କରିଥିଲେ। ଏପରିକି ଧନୀ ଲୋକଙ୍କୁ ରାସନ କାର୍ଡ ପ୍ରଦାନ କରାଯାଉଥିବା ନେଇ ବହୁ କର୍ପୋରେଟର ଅଭିଯୋଗ କରିଥିଲେ। ସେହିପରି ପୋଖରୀ ମଧ୍ୟରେ ବିଦ୍ୟୁତ ପୋଲକୁ ସ୍ଥାନାନ୍ତରଣ ପାଇଁ ଟିପିଏସଓଡିଏଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର କୁହାଯାଉଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିôବା କର୍ପୋରେଟର ବନିତା ସାହୁ ଅଭିଯୋଗ କରିଥିଲେ।

ସେହିଭଳି ଭୂତଳ ବିଦ୍ୟୁତ ଲେନ କାର୍ଯ୍ୟ ପରେ ଟିପିଏସଓଡିଏଲ ରାସ୍ତା ମରାମତି କରୁ ନାର୍ହି। ଯଦ୍ୱାରା ବହୁ ଦୁର୍ଘଟଣା ଘଟୁଥିବା କର୍ପୋରେଟରମାନେ ଅଭିଯୋଗ କରିଥିଲେ। ଏ ନେଇ କମିିଶନର ଟିପିଏସଓଡିଏଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ। ରାସ୍ତା ସଠିକ ଭାବେ ମରାମତି ସହ ବିିପଦ ସଙ୍କୁଳ ବିଦ୍ୟୁତ ପୋଲ ଗୁଡିକ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ୨ ତାରିଖରେ ଅନୁଷ୍ଠିତ ହୋଇଥିବା ଷ୍ଟାଣ୍ଡିଂ କମିଟିର ରିପୋର୍ଟ କେଉଁ କାରଣରୁ ପ୍ରଦାନ କରାଯାଇ ନାହିଁ ବୋଲି କର୍ପୋରେଟର ଶ୍ୱେତାରେଖା ତ୍ରିପାଠୀ ପ୍ରଶ୍ନ କରିଥିଲେ। କିନ୍ତୁ ମେୟର ଓ କମିଶନରଙ୍କ ପକ୍ଷରୁ କୌଣସି ଉତ୍ତର ମିଳି ନ ଥିଲା। ଏଥିସହ ପୂର୍ବରୁ ରହିଥିବା ମାଗଣା ୱାଇଫାଇ ପ୍ରଦାନକାର ସଂସ୍ଥାକୁ ରଦ୍ଦ କରିବା ପାଇଁ ଦାବି ହୋଇଥିଲା। ୱାଇଫାଇ ପାଇଁ ନୂତନ ଟେଣ୍ଡର କରାଯିବ। ଏଥିପାଇଁ ୬ ମାସ ଲାଗିବ। ଏଣୁ ପୂର୍ବ ସଂସ୍ଥାର କାର୍ଯ୍ୟକାଳ ୬ ମାସ ପାଇଁ ବୃଦ୍ଧି କରାଯାଇଥିବା କମିଶନର କହିଥିଲେ। ସେହିପରି ଗିରି ମାର୍କେଟ ନୂତନ କୋଠା ପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ଖୁବ ଶୀଘ୍ର କୋଠା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ବୋଲି କମିଶନର ସୂଚନା ଦେଇଥିଲେ। ବୈଠକରେ ଡେପୁଟି ମେୟର ବିବେକ ରେଡି, ସିଟି ଇଞ୍ଜିନିୟର ମନୋଜ କୁମାର ପାତ୍ରଙ୍କ ସମେତ ବହୁ କର୍ପୋରେଟର, ଯନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.