ଖବର ପ୍ରସାର ପରେ ଚେତିଲା ପ୍ରଶାସନ :ଆସିକା ଅଞ୍ଚଳ ର ବେଆଇନ ଇଟା ଭାଟିକୁ ଭାଙ୍ଗିଲା ରାଜସ୍ବ ବିଭାଗ….

add-all

ମୋରମ ମାଫିଆ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ….?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅଞ୍ଚଳ ରେ ଚଳିତ ବର୍ଷ ୫୦ ରୁ ଉର୍ଦ୍ଧ ବେଆଇନ ପୋଡା ଇଟା ଭାଟି ଚାଲୁଛି। ଆଜି ଆସିକା ରାଜସ୍ବ ବିଭାଗ ପକ୍ଷରୁ ବେଆଇନ ଇଟା ଭାଟି ଉପରେ ବୁଲଡଜାର ଦ୍ୱାରା କଞ୍ଚା ଇଟା ଭାଟି ଗୁଣ୍ଡ କରାଯାଇଛି। ନିସର୍ତ୍ତ ରେ ରୀତିମତ ବେଆଇନ ଇଟା ଭାଟି ସମ୍ପର୍କ ରେ ଖବର ପ୍ରକାଶ ହୋଇଆସୁଥିଲା। ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ପୋଡା ଇଟା ଭାଟି ଯୋଗୁଁ ପ୍ରଦୂଷଣ ହେବା ସହ ଇଟା ଭାଟି ଥିବା ଅଞ୍ଚଳ ରେ ଭୀଷଣ ଗରମ ହେଉଛି। ଆସିକା ଅଞ୍ଚଳ ରେ ବେଆଇନ ଇଟା ଭାଟି ଉପରେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ ହେବା ପରେ ମୋରମ ମାଫିଆ ମାନଙ୍କ ପ୍ରତି କଡ୍ଡା କାର୍ଯ୍ୟାନୁଷ୍ଠାନ କେବେ ହେବ…? ବେଆଇନ ଇଟା ଭାଟି ଭଙ୍ଗା ଅଭିଯାନ ଜାରି ରହିବ ବୋଲି ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ବୁଲଡଜାର ଅଭିଯାନ ପରେ ବେଆଇନ ଇଟା ଭାଟି ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.