ବାଲିବନ୍ଧ ନିର୍ମାଣ ପାଇଁ ହାତ ବଢାଇଲେ ସଞ୍ଜୟ…

newyr25


ସୁନ୍ଦରଗଡ-:ନଦୀ କୂଳରେ ଅନ୍ୟାନ୍ୟ ସହର ଗଢି ଉଠିଥିବା ଭଳି କେଉଁ ଆବହମାନ କାଳରୁ ସୁନ୍ଦରଗଡ ଗଢି ଉଠିଥିଲା ଇବ ନଦୀ କୂଳରେ। ଆଗରୁ ସହରବାସୀ ଏତେ ପରିମାଣରେ ଜଳକଷ୍ଟ ଭୋଗୁ ନଥିଲେ। ମାତ୍ର ବର୍ଦ୍ଧିତ ଲୋକସଂଖ୍ୟା ଓ ବର୍ଷା ପରିମାଣରେ ବ୍ୟତିକ୍ରମ ଯୋଗୁଁ କାଳକ୍ରମେ ନଦୀର ଧାରା କମିବାରେ ଲାଗିଲା ଓ ସହର ପାଇଁ ଆରମ୍ଭ ହେଲା ଜଳକଷ୍ଟ। ଏହାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ନଦୀରେ ବାଲିବନ୍ଧ ନିର୍ମାଣ କରିବାକୁ ଲାଗିଲେ। ମାତ୍ର ଗତ ବର୍ଷ ଵିହା ବାଏଲ୍ ଉଛବ ସମୟରେ ସହରବାସୀଙ୍କ ଜଳକଷ୍ଟ ନିବାରଣ ପାଇଁ ବାଲିବନ୍ଧ ନିର୍ମାଣର ପ୍ରତିଶ୍ରୁତି ଦେଲେ ମାତାରାନୀ ଟ୍ରାନ୍ସପୋର୍ଟ ମାଲିକ ତଥା ସମାଜସେବୀ ସଞ୍ଜୟ ନନ୍ଦ। ଠିକ୍ ସମୟରେ କାମ ଆରମ୍ଭ କରି ନିଜ ଅର୍ଥରେ ସେ ବାଲିବନ୍ଧ ନିର୍ମାଣ କରି ସହରବାସୀଙ୍କ ପ୍ରସଂଶାଭାଜନ ହୋଇ ପାରିଥିଲେ। ଏହି ବର୍ଷ ସାମ୍ଭାବ୍ୟ ଜଳକଷ୍ଟକୁ ଦୃଷ୍ଟିରେ ରଖି ନିଜ ଅର୍ଥରେ ସଞ୍ଜୟ ପୁଣି ଆରମ୍ଭ କରିଛନ୍ତି ବାଲିବନ୍ଧ ନିର୍ମାଣ। ସହରର କିଛି ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀଙ୍କ ଅନୁରୋଧ ପାଇଲା ପରେ ତୁରନ୍ତ ଏହି ଦିଗରେ ପଦକ୍ଷେପ ନେଇଥିଲେ ସଞ୍ଜୟ ଯାହାକୁ ସମସ୍ତେ ଭୂୟସୀ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି। ତାଙ୍କ ମନ୍ତବ୍ୟରେ ସଞ୍ଜୟ ସଦାସର୍ବଦା ସୁନ୍ଦରଗଡ଼ବାସୀଙ୍କ ପାଇଁ ତାଙ୍କ ଅବଦାନ ଜାରି ରହିବ ବୋଲି କହିଛନ୍ତି। ଆଗରୁ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କୁ ସହଯୋଗ କରି ଜଣେ ଦରଦୀ ମଣିଷ ଭାବରେ ସେ ସମଗ୍ର ଅଞ୍ଚଳରେ ପରିଚିତ।
ବାଲିବନ୍ଧ ନିର୍ମାଣ ଆରମ୍ଭ କାର୍ଯ୍ୟକ୍ରମ ପୂଜା କର୍ମ ସହିତ ନଡ଼ିଆ ଭାଙ୍ଗି ଆରମ୍ଭ ହୋଇଥିଲା। ଏହି ଅବସରରେ ସଞ୍ଜୟ ନନ୍ଦଙ୍କ ସହିତ ପ୍ରଭାତ କୁମାର ଭୋଳ, ଆଶିଷ ଦେ, ସୁରଜ ଭଇଁସାଲ, ବିମଳ ବୋଷ, ଅନିଲ ମହାପାତ୍ର, ନରେନ୍ଦ୍ର ସିଂହ, ନେପାଳ ସାହୁ, ଶ୍ୟାମ ନନ୍ଦନ ସହାୟ, ଶିଶିର ପଟେଲ, ଘନଶ୍ୟାମ ସିଂହ, ଭିକି ପଟ୍ଟନାୟକ, ଅଭିଷେକ ମିଶ୍ର, କୁଳମଣି ମିଶ୍ର ଓ ଜୟନ୍ତ ଧଳ ଉପସ୍ଥିତ ଥିଲେ।

Leave A Reply

Your email address will not be published.