ଏମଭି-୨୬ ର କ୍ଷତିଗ୍ରସ୍ତ ପରିବାରଙ୍କ ସହାୟତା ରାଶି ୪ଗୁଣା ବୃଦ୍ଧି , ପ୍ରେସ ବାର୍ତ୍ତା ମାଧ୍ୟମ ରେ ସୂଚନା ଦେଲେ ବିଧାୟକ ନରସିଂହ ମାଡକାମି…

newyr25

ମାଲକାନଗିରି :ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ରାଖେଲଗୁଡା ଏବଂ ଏମଭି-୨୬ ଗାଁ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ କ୍ଷୟକ୍ଷତିର ଅନୁକମ୍ପା ରାଶିକୁ ରାଜ୍ୟ ସରକାର ୪ଗୁଣା ବୃଦ୍ଧି କରିଛନ୍ତି। ଏନେଇ ମାଲକାନଗିରି ବିଧାୟକ ନରସିଂହ ମାଡକାମି ନିଜ ସରକାରୀ ବାସଭବନରେ ଏକ ଗଣମାଧ୍ୟମ ସମ୍ମିଳନୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଗତ କିଛି ମାସ ପୂର୍ବରୁ ରାଖେଲଗୁଡା ଗାଁର ଏକ ଜମିକୁ ନେଇ ହୋଇଥିବା ହତ୍ୟାକାଣ୍ଡକୁ କେନ୍ଦ୍ର କରି ରାଖେଲଗୁଡା ଗାଁର ଅଶାନ୍ତ ଗ୍ରାମବାସୀଙ୍କ ଦ୍ୱାରା ଏମଭି-୨୬ ଗାଁରେ ବ୍ୟାପକ ଭଙ୍ଗାରୁଜା ସହ ପୋଡ଼ାଜଳା କରାଯାଇଥିଲା। ଏଥିରେ ଏମଭି-୨୬ ଗାଁର ପାଖାପାଖି ୧୯୧ ଘର କ୍ଷତିଗ୍ରସ୍ତ ହୋଇଥିଲା। ଜିଲ୍ଲା ପ୍ରଶାସନ , ସ୍ଥାନୀୟ ଜନ ପ୍ରତିନିଧି ଏବଂ ବୁଦ୍ଧିଜୀବୀଙ୍କ ଆପୋଷ ବୁଝାମଣା ଓ ଆଲୋଚନା ମାଧ୍ୟମରେ ଉଭୟ ଗାଁରେ ଶାନ୍ତି ଶୃଙ୍ଖଳା ଫେରିବା ସମ୍ଭବ ହୋଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ୱାରା ଏମଭି – ୨୬ ଗାଁର ସମସ୍ତ କ୍ଷତିଗ୍ରସ୍ତ ଘରକୁ ଅନୁଧ୍ୟାନ କରିବା ପରେ କ୍ଷୟକ୍ଷତିର ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ସରକାରଙ୍କ ଦ୍ବାରା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ପିଛା ୭୦ ହଜାର ଏବଂ ଦୋକାନ ଘର ପିଛା ୨୦ ହଜାର ଟଙ୍କା ଏବଂ ମୃତ ଲାକେ ପଡିଆମିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ, କିନ୍ତୁ ବିଧାୟକ ନରସିଂହ ମାଡକାମି ସରକାରଙ୍କ ଦ୍ବାରା ଧାର୍ଯ୍ୟ କ୍ଷତିପୂରଣ ରାଶି ୧୯୧ ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଯଥେଷ୍ଟ ନୁହେଁ ବୋଲି ଅନୁଭବ କରି ଜିଲ୍ଲା ବିଜେପି କର୍ମକର୍ତ୍ତା ମାନେ ଅନୁକମ୍ପା ରାଶିକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଶେଷରେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଏମଭି-୨୬ ଏବଂ ଜିଲ୍ଲା ବିଜେପି କର୍ମକର୍ତ୍ତାଙ୍କ ଗୁହାରିକୁ ଶୁଣିବା ସହିତ ପୁନର୍ବାର ଅନୁକମ୍ପା ବୃଦ୍ଧିର ଘୋଷଣା କରିଛନ୍ତି। କ୍ଷଟିପରିବାରକୁ ୪ କୋଟି ୬୫ ଲକ୍ଷ ୪୭ ହଜାର ୨୬୯ ଟଙ୍କା ସହାୟତା ଘୋଷଣା କରିଥିବା ବେଳେ ରାଖେଲଗୁଡା ଗାଁର ମୃତକ ଲାକେ ପଡିଆମିଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ସରକାରଙ୍କ ଦ୍ବାରା ଘୋଷଣା କରାଯାଇଛି। ପିଡିତଙ୍କ ସହାୟତା ରାଶି ଚାରି ଗୁଣ ବୃଦ୍ଧି କରିଥିବାରୁ ମାଲକାନଗିରି ବିଧାୟକ ନରସିଂହ ମାଡକାମି ଏବଂ ବିଜେପି କର୍ମକର୍ତ୍ତା ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ , ଏମପି ପୌରପାଳିକା ପ୍ରତିନିଧି ବିଜୟ କୁମାର ମହାରଣା , ପୂର୍ବତନ ଜିଲ୍ଲା ବିଜେପି ସଭାପତି ନିମାଇଁ ପାଲ , ବରିଷ୍ଠ ବିଜେପି ନେତା ଗୁରୁଚରଣ ମହାନ୍ତି , ଜିଲ୍ଲା ମିଡିଆ ପ୍ରଭାରୀ ଶ୍ରୀନିବାସ ପାତ୍ର ଉପସ୍ଥିତ ଥିଲେ।

Leave A Reply

Your email address will not be published.