ସଭାପତି ହେଲେ ପ୍ରିତପଲ, ସମ୍ପାଦକ ନୃସିଂହ : ମାଲକାନଗିରି ଓକିଲ ସଂଘର ନିର୍ବାଚନ, ବିନା ପ୍ରତିଦ୍ୱନ୍ଦିତାରେ ସମସ୍ତ ପଦବୀ ପ୍ରାର୍ଥୀ ନିର୍ବାଚିତ

add-all

ମାଲକାନଗିରି : ରାଜ୍ୟ ବାର୍ କାଉସିଲ ତରଫରୁ ସାର।। ରାଜ୍ୟର ପଞ୍ଜିକୃତ ବାର୍ ମାନଙ୍କରେ ନିର୍ୱାଚନ ପାଇଂ ମାର୍ଚ ୨୮ ତାରିଖ ଧାର୍ଯ୍ୟ ହୋଇଥିଲ।। ଏହି ନିର୍ୱାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମାର୍ଚ୍ଚ ୭ ରୁ ୯ ତାରିଖ ଥିଲା । ଏହି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୯ ତାରିଖ ସୁଦ୍ଧା ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟ କ୍ଷ, ଓ ଛଅଜଣ ଏଗ୍‌ଜିକ୍ୟୁଟିଭ୍ ବଡି ମେମ୍ବର ପାଇଁ ସମସ୍ତ ପଦବି ପାଇଁ ଣେ ଜଣେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲୋ ୧୧ ତାରିଖ ଦିନ ପ୍ରାର୍ଥୀ ପତ୍ର ଯାଂଚ ପ୍ରକ୍ରିୟା ଥିବା ବେଳେ ୧୨ ତାରିଖ ରେ ନାମାଙ୍କନ ପତ୍ର ଯାଂଚର ଫଳାଫଳ ନିର୍ୱାଚନ ଅଧିକାରୀ ରଥିକୃଷ୍ଣ ପାତ୍ର ଘୋଷଣା କରିଥିଲୋ ତାଙ୍କ ପତ୍ର ସଂଖ୍ୟା ୦୬ ରେ ସମସ୍ତ ପ୍ରାର୍ଥୀ ପତ୍ର କାୟମ ଥିବା ଜଣାଇଥିଲୋ ଉକ୍ତ ପ୍ରାର୍ଥୀପତ୍ର ଯାଂଚ ଫଳାଫଳ ଅନୁ ଯାୟୀ ସଭାପତି ଭାବେ ପ୍ରିତପଲ ସିଂ, ଉପସଭାପତି ଭାବେ ସରୋଜ କୁମାର ମହାନ୍ତି, ସମ୍ପାଦକ ଭାବେ ନୃସିଂହ ଚରଣ ମହାନ୍ତି, ସହ ସମ୍ପାଦକ ଭାବେ ସାଗର ପାଣିଗ୍ରାହି, କୋଷାଧ୍ୟ କ୍ଷ ଭାବେ ବିଭୁ ଆସିଦାନ ସଗରିଆ ଓ ଏଗ୍‌ଜିକ୍ୟୁଟିଭ ବଡି ମେମ୍ବର ଭାବେ ଜୟନ୍ତୀ ବିଶ୍ୱାସ, ନିଳକଣ୍ଠ ବିଶ୍ୱାସ, ରୁମ୍ପା ଦେବନାଥ, ଶୈଳବାଳା ପଣ୍ଡା, ନରେନ୍ଦ୍ର କୁମାର ଛତ୍ରି, ରମେଶ ଦୁଆରି ବିନା ପ୍ରତିଦ୍ୱନ୍ଦିରେ ନିର୍ୱାଚିତ ହୋଇଛନ୍ତିା ତେବେ ରାଜ୍ୟ ବାର କାଉନସିଲର ନିର୍ଦେଶ ଅନୁ ଯାୟୀ ଆସନ୍ତା ମାର୍ଚ ୨୮ ତାରିଖ ଦିନ ନିର୍ୱାଚନ ହେବାକୁ ଥିବା ବେଳେ ମାଲକାନଗିରି ଜିଲ୍ଲା ବାର ଆସୋସିଏସନର ସମସ୍ତ ନିର୍ୱାଚିତ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରା ଯିବ ବୋଲି ନିର୍ୱାଚନ ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତିା ଆଜି ନାମାଙ୍କନ ପତ୍ର ଯାଂଚର ଫଳାଫଳ ବାହାରିବା ପରେ ବାର୍ ର ସମସ୍ତ ସଦସ୍ୟ, ବରିଷ୍ଠ ଆଇନଜୀବି ସମେତ ନୂତନ ନିର୍ୱାଚିତ ପ୍ରତିନିଧି ମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ ଏବଂ ଯେହେତୁ ଏକ ବର୍ଷିଆ ନିର୍ୱାଚନ କରିବା ପାଇଁ ବାର କାଉନସିଲ ନିର୍ଦେଶ ଦେଇଛନ୍ତି ମାଲକାନଗିରିରେ ଚଳିତ ବର୍ଷ ନିର୍ୱାଚନ ପ୍ରତିଦ୍ୱନ୍ଦିତା ନ ହୋଇ ଆପସ ବୁଝାମଣାରେ ବିନା ପ୍ରତିଦ୍ୱନ୍ଦିରେ ନିର୍ୱାଚନ ହୋଇଥିବାରୁ ବାର୍ ର ଉନ୍ନତି ଓ ଆଇନଜୀବି ମାନଙ୍କର ସୁର କ୍ଷା ଏବଂ ସମସ୍ତ ସୁବିଧା ଓ ଅସୁବିଧା ଭଲରେ ହୋଇପାରିବ ବୋଲି ବରିଷ୍ଠ ଆଇନଜୀବି ମାନେ ପ୍ରକାଶ କରିଛନ୍ତିା

ad-week
Leave A Reply

Your email address will not be published.