ଗାଁ ଦଣ୍ଡଯାତ୍ରା ଚାନ୍ଦା ଆଦାୟକୁ ନେଇ ବିଶୃଙ୍ଖଳା : ଦୁଇ ମାମଲା ରୁଜ୍ଜୁ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପାଣ୍ଡେରିପଡ଼ା ଗାଁରେ ଦଣ୍ଡ ଯାତ୍ରାକୁ ପାଇଁ ସର୍ବସାଧାରଣଙ୍କୁ ନେଇ ସଭାକାର୍ଯ୍ୟ ଚାଲିଥିଲା ।ଉକ୍ତ ଗ୍ରାମର ପିଣ୍ଟୁ ସାହୁ ନାମକ ବ୍ୟକ୍ତି ସଭାସ୍ଥଳକୁ ଆସି ସର୍ବସମ୍ମୁଖରେ ଖରାପ ବ୍ୟବହାର କରିବା ସହିତ ମୋତେ କୌଣସି ଚାନ୍ଦାଭେଦା ମାଗିବ ନାହିଁ ବୋଲି ଧମକପୂର୍ଣ୍ଣ ଚେତାବନୀ ଦେଇଥିଲେ ।ଏହାକୁ ନେଇ ଗ୍ରାମବାସୀଙ୍କ ତରଫରୁ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଶରତ ଚନ୍ଦ୍ର ପରିଡା ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଗାଁ ଡାକରା ବେଳେ ଯାଇଥିବା ପିଲାମାନେ ପିଣ୍ଟୁ ସାହୁଙ୍କୁ କିଛି କହିବାରୁ ସେମାନଙ୍କର ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଓଡ଼ଗାଁ ଥାନାରେ ଅନ୍ୟଏକ ଲିଖିତ ଅଭିଯୋଗ କରିଛନ୍ତି।ମାତ୍ର ଏହି ଘଟଣାର ତଦନ୍ତରେ ବିଳମ୍ବ ହେବାରୁ ପାଣ୍ଡେରିପଡ଼ା ଗ୍ରାମର ଶତାଧିକ ଗ୍ରାମବାସୀ ଓଡ଼ଗାଁ ଥାନାରେ ପହଞ୍ଚି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ।ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ଗାଁ ପୋଲିସ ଉଭୟ ପକ୍ଷରୁ ମିଳିଥିବା ଅଭିଯୋଗ ଅନୁସାରେ ୭୩/୨୦୨୬ ଏବଂ ୭୪/୨୦୨୬ରେ ଦୁଇଟି ପୃଥକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ । ପରେ ପରିସ୍ଥିତି ନିୟନ୍ତ୍ରଣ ପରେ ଥାନାକୁ ଯାଇଥିବା ପାଣ୍ଡେରିପଡ଼ା ଗ୍ରାମବାସୀ ଗାଁକୁ ଫେରିଥିଲେ ।

ad-week
Leave A Reply

Your email address will not be published.