
ପୋଟାଙ୍ଗୀ /କୋରାପୁଟ : କୋରାପୁଟ ଜିଲ୍ଲାରେ ବକ୍ସାଇଟ୍ ଖଣି ଖନନ ପ୍ରସ୍ତାବ ବିରୋଧରେ ଆଦିବାସୀ ସମୁଦାୟର ଦୀର୍ଘକାଳୀନ ସଂଗ୍ରାମ ଚାଲିଆସିଛି। ବିଶେଷକରି ପଟାଙ୍ଗି ବ୍ଲକ୍ର ସେରୁବନ୍ଧା (ସେରୁବନ୍ଧ) ପାହାଡ଼ରେ ନାଲକୋର ବକ୍ସାଇଟ୍ ଖଣି ପ୍ରକଳ୍ପ ବିରୋଧରେ ଶତାଧିକ ଗ୍ରାମବାସୀ ଓ ସେରୁବନ୍ଧା ପର୍ବତ ସୁରକ୍ଷା ସମିତି (ସେରୁବନ୍ଧ ପ୍ରଭାତ ସୁରକ୍ଷା ସମିତି) ତୀବ୍ର ପ୍ରତିବାଦ କରି ଆସିଛନ୍ତି। ସେମାନେ ଦାବି କରୁଛନ୍ତି ଯେ, ଏହି ଖନନ ଜଙ୍ଗଲ ନଷ୍ଟ କରିବ, ପାଣି ସ୍ରୋତ ଶୁଖାଇଦେବ, ବିସ୍ଥାପନ ଘଟାଇବ ଓ ଆଦିବାସୀଙ୍କ ଜୀବିକା ଓ ସାଂସ୍କୃତିକ ପରିଚୟକୁ ବିପଦରେ ପକାଇବ। ସମ୍ପ୍ରତି ୨୦୨୫ରେ ମଧ୍ୟ ବିରୋଧ କରାଯାଇଛି ଓ ଏହା ଜାରି ରହିଛି, ଯେଉଁଠାରେ ଗ୍ରାମବାସୀମାନେ “ନାଲକୋ ଗୋ ବେକ” ସ୍ଲୋଗାନ୍ ଦେଇ ପ୍ରତିବାଦ କରିଛନ୍ତି। ଏହା ବ୍ୟତୀତ ନନ୍ଦପୁର ବ୍ଲକ୍ର ବଲଡା (ବାଲଡା) ନାଗେଶ୍ୱରୀ ପାହାଡ଼ରେ ଆଦାନୀ ଗ୍ରୁପ୍କୁ ଦିଆଯାଇଥିବା ଖଣି ଲିଜ୍ ବିରୋଧରେ ହଜାର ହଜାର ଆଦିବାସୀ ମାର୍ଚ୍ଚ ୨୦୨୫ରେ ବିକ୍ଷୋଭ କରିଥିଲେ। ସେମାନେ ଗ୍ରାମସଭାର ସମ୍ମତି ନ ନେଇ ଲିଜ୍ ଦିଆଯାଇଥିବା ଅଭିଯୋଗ କରି ପ୍ରକଳ୍ପ ବାତିଲ କରିବାକୁ ଦାବି କରିଛନ୍ତି। ଏହି ସମସ୍ତ ଘଟଣାରେ ଆଦିବାସୀମାନେ ପେସା (ପଞ୍ଚାୟତସ ଏକ୍ସଟନ୍ସିଓଂ ଟୁ ସ୍କେଡୁଲ ଏରିଆସ ଆକ୍ଟ) ଓ ଫୋରେଷ୍ଟ ରାଇଘଟ ଆକ୍ଟ ଅନୁଯାୟୀ ଅଧିକାର ଦାବି କରୁଛନ୍ତି।

କୋରାପୁଟର ଆଦିବାସୀଙ୍କ ଚେତାବନୀ, ଖଣି ଖଣନ ରୋକିବାକୁ ଦୃଢ଼ ପଣ, ମାଟି ପାଇଁ ଜୀବନ ଦେବୁ ଜଙ୍ଗଲ ଆମର ଜୀବନ, ପାଣି ଆମର ପ୍ରାଣ।
ପ୍ରକୃତି ସହ ଜଡ଼ିତ ଆମର ପରିଚୟ ଓ ସମ୍ମାନ। ପୋଟାଙ୍ଗୀ ନିର୍ବାଚନ ମଣ୍ଡଳୀର ଆଦିବାସୀ ସମାଜ ଓ କୋରାପୁଟ ଜିଲ୍ଲାର ପ୍ରତ୍ୟେକ ସମ୍ପ୍ରଦାୟର ଲୋକେ ଏହି କବିତା ମାଧ୍ୟମରେ ସରକାର ଓ କମ୍ପାନୀଗୁଡ଼ିକୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ସରକାର ଆମ ଭାଗ୍ୟ ସହ ଖେଳୁଛନ୍ତି ଓ ଆମ ଅଧିକାରକୁ ହରାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଜୀବନ ଯିବା ପର୍ଯ୍ୟନ୍ତ ଆମେ ହାରିବୁ ନାହିଁ। ଖଣି ଖନନକୁ ରୋକିବା ପାଇଁ ଆମର ଦୃଢ଼ ପଣ। ଆମେ ଆଦିବାସୀ, ଏହି ମାଟିର ସନ୍ତାନ। ଜଙ୍ଗଲ ଓ ପାହାଡ଼ ଆମର ସ୍ୱାଭିମାନ। ଅଧିକାର ପାଇଁ ଲଢ଼େଇ ଜାରି ରହିବ। ପ୍ରକୃତି ବଞ୍ଚିଲେ ହିଁ ଆମ ଜୀବନ ବଞ୍ଚିବ। କମ୍ପାନୀଗୁଡ଼ିକ ମିଛ ଏତଲା ଦେଇ ଆମ ସଂଗ୍ରାମୀମାନଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ କୋରାପୁଟିଆ ସମାଜ ଏହା ବୋଧହୁଏ ନାହିଁ। ସଂଗ୍ରାମ ଜାରି ରହିବ। ଆଗକୁ ମାଟି ପାଇଁ ଜୀବନ ଦେବାକୁ ଆମେ ପଛୁଆ ହେବୁ ନାହିଁ। ଏହି ଚେତାବନୀ କୋରାପୁଟ ଜିଲ୍ଲାର ପ୍ରତ୍ୟେକ ଜନଜାତି ଓ ସମ୍ପ୍ରଦାୟର ପକ୍ଷରୁ ଜାରି କରାଯାଇଛି। ଆମେ ପ୍ରକୃତିର ସଂରକ୍ଷଣ ପାଇଁ ଏକାଠି ଲଢ଼ିବୁ।