ତୁତୁନ ପାତ୍ର ହେଲେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ଓ ସୋମନାଥ ପାତ୍ର ଗଞ୍ଜାମ ଜିଲ୍ଲା ସଭାପତି

newyr25

ବ୍ରହ୍ମପୁର, ୧୯/୩ : ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଏହିକ୍ରମରେ ରାଜ୍ୟ ଉପସଭାପତି ଭାବେ ଯୁବନେତା ତୁତୁନ ପାତ୍ରଙ୍କୁ ଦାୟିତ୍ୱ ମିଳିଛି । ଶ୍ରୀ ପାତ୍ର ପୂର୍ବରୁ ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ବିଭାଗ ସଂଯୋଜକ , RSS ର ଜିଲ୍ଲା ପ୍ରଚାର ପ୍ରମୁଖ ଆଦି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଛନ୍ତି । ଗତ ତିନିବର୍ଷ ହେବ ସେ ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ଵ ତୁଲାଇ ରାଜ୍ୟବ୍ୟାପୀ ସଂଗଠନ ସୁଦୃଢ଼ କରିବାରେ କାର୍ଯ୍ୟ କରିଥିଲେ ।

ତାଙ୍କ ଉପରେ ଦଳୀୟ ନେତୃତ୍ୱ ପୁଣି ଥରେ ଆସ୍ଥା ପ୍ରକଟ କରି ରାଜ୍ୟ ଉପସଭାପତି ଭଳିଆ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରିଛନ୍ତି । ତେଣୁ ସେ ଭାରତୀୟ ଜନତା ପାର୍ଟିର ରାଜ୍ୟସଭାପତି ମନମୋହନ ସାମଲ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିଭଳି ଗଞ୍ଜାମ ଜିଲ୍ଲା ସଭାପତି ଭାବେ ସୋମନାଥ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସେ ପୂର୍ବରୁ ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲାର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିଲେ ।

Leave A Reply

Your email address will not be published.