ଓଡ଼ଗାଁ ଏବଂ ଶରଣକୁଳ ଥାନା ଅଂଚଳ ସାଇବର ଠକଙ୍କ ଭୂସ୍ବର୍ଗ :ଟଙ୍କା ପାଇଁ ସାଇବର ଠକେଇ ପ୍ରତି ଯୁବ ଗୋଷ୍ଠୀ ଆକର୍ଷିତ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏବଂ ଶରଣକୁଳ ଥାନା ଅଂଚଳରେ ବେଆଇନ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବରେ ଯୁବକ ମାନଙ୍କ ମଧ୍ୟରେ ନିଶା ସେବନ ପାଇଁ ଅଧିକ ଆଗ୍ରହ ପ୍ରକାଶ ପାଉଛି ।ନିଶା ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ ତଦନୁଯାୟୀ କାରବାର ବଢିବା ସହିତ ବେଆଇନ ନିଶା କାରବାରରେ ସଂପୃକ୍ତ ନିଶା ବେପାରୀ ମାନେ ଅଧିକ ଅର୍ଥ ଉପାର୍ଜନ ପାଇଁ ଓଡ଼ଗାଁ ଏବଂ ଶରଣକୁଳ ଅଞ୍ଚଳରେ ଏହି ବେଆଇନ କାର୍ଯ୍ୟ କାୟା ବିସ୍ତାର କରୁଛି। ସାଧାରଣତଃ ଯୁବକ ମାନେ ବ୍ରାଉନ ସୁଗାର ( ଧଳା ଜହର) ସେବନ ପ୍ରତି ଆଗ୍ରହ ପ୍ରକାଶ କରିବା ପାରିବାରିକ ଅଶାନ୍ତି ଏବଂ ସାମାଜିକ ଅସ୍ଥିରତା ବୃଦ୍ଧି ଯୋଗୁଁ ସାମାଜିକ ଜୀବନ ବିଶୃଙ୍ଖଳିତ ହୋଇପଡିଛି ।ସୂଚନା ଅନୁଯାୟୀ କିଛି ନାବାଳକ ନିଶା ସେବନ ସହିତ ଦୃତ ଗାଡ଼ି ଚାଳନା , ମୋବାଇଲ ଚାଳନା ନିମନ୍ତେ ଅର୍ଥ ପାଇଁ ପ୍ରଥମେ ପରିବାର ଉପରେ ଚାପ ପକାଉଛନ୍ତି ପରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ।ବିନା ପରିଶ୍ରମରେ ଟଙ୍କା ରୋଜଗାର ପାଇଁ ସାଇବର ଠକ ସାଜି ଠକେଇ ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିବା ସହିତ ପୋଲିସକୁ ଚକମା ଦେଇ ସାଇବର ଠକେଇ ବିଦ୍ୟାରେ ନିପୁଣତା ହାସଲ କରିଛନ୍ତି। ବିଶେଷ କରି ଗ୍ରାମାଞ୍ଚଳର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ, ଜବକାର୍ଡ ଧାରି, ନୂଆ ବ୍ୟାଙ୍କ ଖାତା ଖୋଲିବା, ବ୍ୟାଙ୍କ ଖାତାର କେୱାଇସି କରିବା ବାହାନାରେ ଆଧାରକାର୍ଡ , ବ୍ୟାଙ୍କ ଜମାଖାତା ର ବିବରଣୀ କୌଶଳ କ୍ରମେ ହାସଲ କରି ଠକେଇ କରୁଛନ୍ତି ।ଖୁବ୍ ଅଳ୍ପ ବୟସରୁ ଯୁବଗୋଷ୍ଠୀ ନିଶା ସେବନ, ସାଇବର ଠକେଇ ପରି ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ରହି ସେମାନଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇବା ସହିତ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ।ତେଣୁ ଜିଲ୍ଲା ସାଇବର ଥାନା ତରଫରୁ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଅଧିକାରୀଙ୍କ ଦ୍ଵାରା ସ୍ଵତନ୍ତ୍ର ଅଭିଯାନ କରାଗଲେ ଏହି ବେଆଇନ କାର୍ଯ୍ୟକୁ ନିୟନ୍ତ୍ରଣ କରାଯାଇପାରିବ ।

ad-week
Leave A Reply

Your email address will not be published.