ଉତ୍କଳ ଦିବସ ବେଶ ଉତ୍ସହର ସହ ପାଳିଲେ ଯୁବଗୋଷ୍ଠୀ

add-all

ମହାପୁରୁଷଙ୍କୁ ମନେ ପକାଇବା ସହିତ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜଣାଇଲେ ଶ୍ରଦ୍ଧାଞ୍ଜଳି

ଦିଗପହଣ୍ଡି : ଆଜି ପବିତ୍ର ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ୯୧ତମ ଜୟନ୍ତୀ ପାଳୁଛି ସାରା ରାଜ୍ୟ । ଏଭଳି ଏକ ଶୁଭ ଦିନରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ର ଗଣିଆନାଳ ଛକ ର ମାଁ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର । ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଅଧିକାରୀ କିଶୋର କୁମାର ସାମଲ ଯୋଗ ଦେଇ ଶିବିର ର ଶୁଭାରମ୍ଭ କରିଥିଲେ କରିବା ସହିତ ପବିତ୍ର ଦିନ ପାଳନ ଉପରେ ଆଲୋକପାତ କରିଥିଲେ । ଯୁବକ ମାନଙ୍କୁ ପ୍ରେରଣା ଯୋଗାଇ ନିଜେ ରକ୍ତଦାନ କରିଥିଲେ।ଅନ୍ୟତମ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ଗୋପାଳକୃଷ୍ଣ ମଲ୍ଲିକ ,ଥାନା ଏସ ଆଇ ମନୋରଞ୍ଜନ ବେହେରା, ଆଇନଜୀବୀ ମନୋଜ କୁମାର ପଣ୍ଡା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଖରାଦିନେ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ ଦୃଷ୍ଟିରେ ରଖି ଲଗାତାର ଦୁଇ ବର୍ଷ ହେବ ସଂଘ୍ ଏଭଳି ରକ୍ତଦାନ ଶିବିର ଅନୁଷ୍ଟିତ କରୁଅଛି।ସଂଘର ସଭାପତି ଟୁକୁନା ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଶିବିର ରେ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଦିଗାମ୍ବର ମହାରଣା ସଂଯୋଜନା କରିଥିଲେ । ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ରକ୍ତ ଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଏହି ଶିବିର ରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ବଣିକ ସଂଘର ଏଭଳି ମହତ୍ୱ କାର୍ଯ୍ୟ କୁ ନେଇ ଅଞ୍ଚଳ ରେ ଅନେକ ସାଧୁବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.