ଓଡିଶା ପ୍ରଦେଶ ଗଠନର ବିନ୍ଧାଣିଙ୍କୁ ମନେ ପକାଇଲା ପ୍ରଶାସନ

add-all

ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ମହାପୁରୁଷଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର : ଆଜି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ୯୧ ତମ ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ ପାଳନ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ପ୍ରଦେଶ ଗଠନର ବିନ୍ଧାଣିଙ୍କୁ ଦିଆଯାଇଥିଲା ସଂମ୍ମାନ । ମୁଖ୍ୟ ଅତିଥି ଭାବେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ବ୍ରହ୍ମପୁର ସହର ମଧ୍ୟରେ ରହିଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏବଂ ଓଡ଼ିଶାର ଗୌରବ ଗାଥା କୁ ସ୍ମୃତି ଚାରଣ କରି ପୂର୍ବ ମହାପୁରୁଷଙ୍କ ଅବଦାନ ଯୋଗୁଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇ ପାରିଛି ବୋଲି କହିଥିଲେ। ଏହି ଅବସରରେ ମେୟର ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାର, କମିଶିନର ଏ. ଶସ୍ୟା ରେଡି ଙ୍କ ସମେତ ବହୁ ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।

ad-week
Leave A Reply

Your email address will not be published.