
ନୟାଗଡ (ନିସର୍ତ୍ତ): ନୟାଗଡ଼ ଜ଼ିଲ୍ଲା ରଣପୁର ବ୍ଲକ ଯୁବ କଂଗ୍ରେସ ଦ୍ଵାରା ଆଜି ଲୋଧା ଚୁଆ ଗ୍ରାମ ପଞ୍ଚାୟତର ମା ଖିଲାମୁଣ୍ଡା ମନ୍ଦିର ପରିସରରେ “ବୁଥ୍ ଯୋଡ ୟୁଥ୍ ଯୋଡ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କଂଗ୍ରେସ ନେତା ତଥା ଯୁବ ସମାଜସେବୀ ବିଭୂପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ଯୁବକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ଆଗକୁ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି କିପରି ରଣପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଅଧିକାଂଶ ଜ଼ିଲ୍ଲା ପରିଷଦ ଦଖଲ କରିବ ସେ ନେଇ ଯୁବକ ମାନଙ୍କୁ ପରାମର୍ଶ ଦେଇଥିଲେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର l ଯୁବକ ମାନେ ଆଗକୁ ଆସି ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ସୁସ୍ଥ ଗଣତନ୍ତ୍ରରେ ଯୁବକ ମାନଙ୍କର ଭୂମିକା ସମ୍ପର୍କରେ ପୂର୍ବତନ ଛାତ୍ରକଂଗ୍ରେସ ସଭାପତି ଆଶୀରନୱାଜ୍ ଅଭିଭାଷଣ ଦେଇଥିଲେ l
ବୁଥ ସ୍ତରରୁ ଦଳକୁ ସୃଦୃଢ କରିବା ସହ ପଞ୍ଚାୟତ ନିର୍ବାଚନ ରେ ଅଧିକରୁ ଅଧିକ ପଞ୍ଚାୟତ ଦଖଲ କରାଯିବ ସେ ନେଇ ଯୁବକ ମାନଙ୍କୁ କଂଗ୍ରେସ ଜ଼ିଲ୍ଲା ସଭାପତି ରଞ୍ଜିତ ଦାସ ପ୍ରଶିକ୍ଷଣ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ରଣପୁର ଛାତ୍ର କଂଗ୍ରେସ ସଭାପତି ସୁନିଲ କୁମାର ସାହୁ,ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବ ପ୍ରସାଦ ସାହୁ, ରଣପୁର ବ୍ଲକ ସଭାପତି ଶତ୍ରୁଘନ ପାଇକରାୟ,ଜ଼ିଲ୍ଲା ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାମନ୍ତରାୟ, ରଣପୁର ଏନ.ଏ.ସି ସଭାପତି ପ୍ରଭାତ କୁମାର ଦଳବେହେରା, ଚାନ୍ଦପୁର ଜୋନ ସଭାପତି ଭାରତ ଚନ୍ଦ୍ର ରାଉତରାୟ , ରାଜସୁନାଖଳା ଜୋନ୍ ସଭାପତି ଦାଶରଥି ମହାପାତ୍ର, ଲୋଧାଚୂଆ ପଞ୍ଚାୟତ ସଭାପତି କିଶୋର ଚନ୍ଦ୍ର, ଆଲୋକ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ l