ନିସର୍ତ୍ତ କଥା ସତ ହେଲା,ଆସିକା ଅଞ୍ଚଳର ବଜାର ସାହିରେ ଗ୍ୟାସ କଳା ବଜାର ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଚଢ଼ାଉ….!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ରେ ଗ୍ୟାସ କଳା ବଜାର ସାଙ୍ଗକୁ ସିଲିଣ୍ଡର ପ୍ରତି ଦୁଇ ହଜାର ରେ ବିକ୍ରି ବୋଲି ନିସର୍ତ୍ତ ରେ ମାର୍ଚ୍ଚ ମାସରେ ଖବର ପ୍ରକାଶ ହୋଇଥିଲା। ଯୁଦ୍ଧ ର ଆଳ ଦେଖାଇ ଆସିକା ଅଞ୍ଚଳ ରେ କିଛି ବ୍ୟବସାୟୀ ଲୋକଙ୍କୁ ଚଢ଼ା ଦରରେ ଗ୍ୟାସ ବିକ୍ରି କରୁଥିଲେ। ଏନେଇ ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ଆଜି ଯୁଦ୍ଧ ବିରାମ (ସିଜଫାଇର) ଘୋଷଣା ପରେ ପ୍ରଶାସନ ପକ୍ଷରୁ ଆସିକା ମହାତ୍ମା ଗାନ୍ଧୀ ରୋଡ଼ ଠାରେ ଏକ ରାସନ ଦୋକାନ ଉପରେ ଚଢ଼ାଉ କରାଯାଇଛି। ସେଠାରୁ ୭ ଟି ସିଲିଣ୍ଡର ଜବତ କରାଯାଇଛି। ଦିଲ୍ଲୀପ ପାତ୍ର ନାମକ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି। ପ୍ରକାଶ ଥାଉକି ଆସିକା ବଜାର ସାହି, ତାଲୁକା ରୋଡ଼, ଅଶୋକ ସିନେମା ହଲ ଓ ବିନାୟକ ବଜାର ରେ କିଛି ବ୍ୟବସାୟୀ ସିଲିଣ୍ଡର ରଖି ଚଢ଼ା ଦରରେ ଦୀର୍ଘ ଦିନ ହେଲା ବ୍ୟବସାୟ କରିଆସୁଛନ୍ତି। ଆଜି ପ୍ରଶାସନ ପକ୍ଷରୁ ଜଣେ କଳା ବଜାରୀ ଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୋକାନୀଙ୍କ ପ୍ରତି କେବେ ଚଢ଼ାଉ ହେବ ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.