ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଚିତ୍ରକୋଣ୍ଡା ବିଏସଏଫ ପକ୍ଷରୁ ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

add-all

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବିଏସଏଫ (BSF) ୧୭୭ ବାହିନୀ ପକ୍ଷରୁ ଏକ ମହତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବାହିନୀ ତରଫରୁ ଏକ ରକ୍ତଦାନ ଶିବିର ଏବଂ ଚକ୍ଷୁ ପରୀକ୍ଷା କେନ୍ଦ୍ର ଆୟୋଜନ କରାଯାଇଥିଲା। ୧୭୭ ବାହିନୀର କମାଣ୍ଡାଣ୍ଟ ଶ୍ରୀଯୁକ୍ତ ଏମ୍. ନୌସାଦ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ନିଜେ ରକ୍ତଦାନ କରିଥିଲେ। ତାଙ୍କ ସହିତ ମାଲକାନଗିରିର କମାଣ୍ଡାଣ୍ଟ ଶ୍ରୀଯୁକ୍ତ ସୁଶୀଲ କୁମାର ମଧ୍ୟ ରକ୍ତଦାନ କରି ଯବାନ ଓ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ।

ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଡଃ ସୌରଭ କୁମାରଙ୍କ ପ୍ରତ୍ୟକ୍ଷ ତଦାରଖରେ ଆୟୋଜିତ ଏହି ଶିବିରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡଃ ତୃଷ୍ଣା ନିଷଙ୍କ ଏବଂ ରକ୍ତ ଭଣ୍ଡାରର ଡଃ ସାଗର କୁମାର ବାଲା ସକ୍ରିୟ ସହଯୋଗ କରିଥିଲେ। ଏହି ଶିବିରରୁ ସମୁଦାୟ ୩୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ସେହିପରି ଚକ୍ଷୁ ପରୀକ୍ଷା ଶିବିରରେ ୩୨ ଜଣ ବିଏସଏଫ ଯବାନ ଓ ୪୭ ଜଣ ସ୍ଥାନୀୟ ଜନସାଧାରଣଙ୍କୁ ମିଶାଇ ସମୁଦାୟ ୭୯ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏହି ଅବସରରେ ରୋଗୀମାନଙ୍କୁ ମାଗଣାରେ ଚଷମା ବଣ୍ଟନ କରାଯିବା ସହ ଆବଶ୍ୟକୀୟ ଔଷଧ ଓ ଡାକ୍ତରୀ ପରାମର୍ଶ ପ୍ରଦାନ କରାଯାଇଥିଲା। ସୀମା ସୁରକ୍ଷା ବଳ (BSF) ର ଏହିପରି ସେବାମୂଳକ ଜନସମ୍ପର୍କ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.