୫ ଦିନ ହେଲା ଗାଁ ଅନ୍ଧାର, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

add-all

ବାସୁଦେବପୁର:କାଳ ବୈଶାଖୀ ପ୍ରଭାବରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବା ଫଳରେ ୫ଦିନ ଧରି ଗାଁ ଅନ୍ଧାର। ବିଦ୍ୟୁତ ଅଧିକାରୀଙ୍କୁ ଅଭିଯୋଗ କରିବା ପରେବି ସୁଧାର ନଆସିବାରୁ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ଗାଁରେ ଦେଖିବାକୁ ମିଳିଛି। ଶତାଧିକ ଗ୍ରାମବାସୀ ଧାମରା ରାସ୍ତାର କଣ୍ଟିଆ ନାଳୀ ଠାରେ ମୁଖ୍ୟରାସ୍ତାର ବିଦ୍ୟୁତ ଖଣ୍ଟ  ପକାଇ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ରୋକ ପାଇଁ ସାଧାରଣ ଜୀବନଯାତ୍ରା ବାଧା ପ୍ରାପ୍ତ ହୋଇଛି।

ପଂଚାୟତରେ ଦିଜ ମଳିକ ଘର ବାଡ଼ିରେ ପୋଲ ବସିଥିଲା। ବୈଶାଖୀ ମାଡ଼ରେ ଖୁଣ୍ଟ ଭାଙ୍ଗି ପଡ଼ିବାରୁ ବିଦ୍ଯୁତ ସରବରାହ ବନ୍ଦ ରହିଛି। ସଜାଡିବାକୁ କର୍ମଚାରୀ ଉଦ୍ୟମ ବେଳେ ବାଡ଼ି ମାଲିକ ବିରୋଧ କରିଛନ୍ତି। ପୂର୍ବରୁ ମାଲିକ ବାଡିରୁ ଉକ୍ତ ଖୁଣ୍ଟ ଉଠାଇବା ପାଇଁ ଆପତ୍ତି ଅଭିଯୋଗ କରିଥିଲେ। ଖୁଣ୍ଟ ଭାଙ୍ଗି ପଡିବା ପରେ ଆଉ ସେହି ସ୍ଥାନରେ ଖୁଣ୍ଟ ବସାଇବାକୁ ବାରଣ କରିବାରୁ ଵିଦୂତ ସଂଯୋଗ ହୋଇପାରି ନଥିଲା। ଅନ୍ୟପଟେ ଗ୍ରାମବାଦୀ ବିଦ୍ୟୁତ ନପାଇ ହଇରାଣ ହେବାପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଖବର ପାଇ ବାସୁଦେବପୁର ପ୍ରଶାସନ ଘଟଣାର ତର୍ଜମା କରୁଛନ୍ତି।

ad-week
Leave A Reply

Your email address will not be published.