
ନୟାଗଡ଼(ନିସର୍ତ୍ତ) : ୧୯୯୩ ମସିହା ଏପ୍ରିଲ ୨୪ରେ ୭୩ତମ ସଂବିଧାନ ସଂଶୋଧନ ଲାଗୁ ହୋଇ ଗ୍ରାମ ପଞ୍ଚାୟତକୁ ସଂବିଧାନିକ ମାନ୍ୟତା ମିଳି ଥିଲା । ଫଳରେ ଏପ୍ରିଲ ୨୪କୁ ଜାତୀୟ ପଞ୍ଚାୟତରାଜ ଦିବସ ରୂପେ ପାଳନ କରା ଯାଉଛି। ଏହି ପଞ୍ଚାୟତରାଜ ଦିବସ ସମଗ୍ର ଦେଶରେ ପାଳିତ ହେଉ ଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ପଞ୍ଚାୟତ ପରିସରରେ ମଧ୍ୟ ପଞ୍ଚାୟତ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ତଥା ସମାଜ ସେବୀ ଚିତ୍ତ ରଞ୍ଜନ ପ୍ରଧାନ ପଞ୍ଚାୟତ ପରିସରରେ ଛେନା ପୋଡକୁ କାଟି ପଞ୍ଚାୟତ ଦିବସ ପାଳନ କରିଥିଲେ ।
ଏହି କାର୍ଯ୍ୟ କ୍ରମରେ ସରପଞ୍ଚଙ୍କ ସମେତ ସମିତି ସଭ୍ୟ ତପନ କୁମାର ପ୍ରଧାନ ଏବଂ ସହ ମହିଳା ଯୋଗ ଦେଇଥିଲେ। ଗାଁ ବିକାଶ ହେଉଛି ଦେଶର ପ୍ରକୃତ ପ୍ରଗତିର ମୂଳ ଆଧାର। ପଞ୍ଚାୟତିରାଜ ବ୍ୟବସ୍ଥା ଆମ ଗଣତନ୍ତ୍ରର ମୂଳ ଭିତ୍ତି, ଯାହା ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତିକୁ ସୁନିଶ୍ଚିତ କରେ । ଆସନ୍ତୁ, ଆମେ ସମସ୍ତେ ଏକତ୍ର ହୋଇ ପଞ୍ଚାୟତଗୁଡ଼ିକୁ ଅଧିକ ସଶକ୍ତ କରିବା ସହିତ ସ୍ୱୟଂଶାସିତ ଓ ସମୃଦ୍ଧ ଗାଁ ଗଠନ ପାଇଁ ସଂକଳ୍ପବଦ୍ଧ ହେବା ବୋଲି ସରପଞ୍ଚ ଶ୍ରୀ ପ୍ରଧାନ କହି ଥିଲେ ।
