ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

add-all

କୋରାପୁଟ /ବୈପାରିଗୁଡା : ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଉପଜିଲ୍ଲାପାଳ ଯଦୁମଣି ନାୟକ, ସିଡିଓ ବେଣୁଧର ଶବର, ପିଏ ଆଇଟିଡିଏ ତୃପ୍ତି ବରାଇ, ଡାକ୍ତର ଶିବସାଇ ସ୍ୱରୁପ, ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣିମା ବାରିକ, ବିଡ଼ିଓ ଶକ୍ତି ମହାପାତ୍ର, ତହସିଲଦାର ସ୍ନିଗ୍ଧା ଚୌଧୁରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ଶିବିରରେ ମୋଟ 49ଟି ଅଭିଯୋଗ ମଧ୍ୟରୁ 19ଟି ସାମୁହିକ ଏବଂ 30ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଏହି ଶିବିରକୁ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀ ଏବଂ ବିପିସି ପ୍ରଦୀପ କୁମାର ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.