ସୁର୍କାବାଡି ଓ ତାଳକଣି ପଞ୍ଚାୟତରେ କ୍ଷେତ୍ର ଦିବସ ପାଳିତ

Independence

ନୟାଗଡ଼ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ସୁର୍କାବାଡି ଓ ତାଳକଣି ପଞ୍ଚାୟତ ପରିସରରେ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଧନେଶ୍ଵର ପାଇକରାୟଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବରେ ବିଜେପି ମଣ୍ଡଳ ସଭାପତି ରାଜସୁନାଖଳା ଜ୍ୟୋତି ରଞ୍ଜନ ସାହୁ( ଇଲୁ) , ସମ୍ମାନିତ ଅତିଥି ଭାବରେ ସରପଞ୍ଚ ସୁନୀତା ମହାପାତ୍ର, ସମିତି ସଭ୍ୟ ଅନୁରାଧା ମିଶ୍ର,କୃଷି ଜିଲ୍ଲା ଅଧିକାରୀ ନୟାଗଡ ନର୍ଭେସ ପଟ୍ଟନାୟକ ,ସହ କୃଷି ଅଧିକାରିଣୀ ଅର୍ପିତା ସାହୁ , ଡି ପି ଟି ନୟାଗଡ ସ୍ଵଗତିକା ପତି, କୃଷକ ସାଥୀ ରମେଶ ଚନ୍ଦ୍ର ମୁଦୁଲି ଓ ବୈକୁଣ୍ଠ ରଣା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କୃଷକମାନଙ୍କୁ ଡାଲି ଜାତୀୟ ଫସଲର ଅଧିକ ଅମଳ କରି ଉତ୍ପାଦନ ଅଧିକ କରିବା ପାଇଁ ପ୍ରେରଣା ଦିଆଯାଇ ଥିଲା । ଜୀବାଣୁ ସାର, ବୈଷୟିକ ଜ୍ଞାନ କୌଶଳ ଓ ନୂତନ ଚାଷ ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ଏଥି ସହିତ ବିଭିନ୍ନ ଧରଣର ବିହନ ବିଷୟରେ ଆଲୋଚନା କରିଥିଲେ ।

ମାଟିକୁ ଉର୍ବର କରିବା ପାଇଁ ବିଭିନ୍ନ ଜୀବସାର ପ୍ରୟୋଗର ପ୍ରକ୍ରିୟା ଏବଂ ରୋଗପୋକ ଦାଉରୁ ରକ୍ଷା କରିବା ପାଇଁ ରାସାୟନିକ ଓ ଜୀବସାରର ପ୍ରୟୋଗ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୫୦ରୁ ଉର୍ଦ୍ଧ ଗ୍ରାମବାସୀମାନେ ଯୋଗ ଦେଇଥିଲେ। ଏହି ଭଳି କୃଷି ଉପଯୋଗୀ ପ୍ରଶିକ୍ଷଣ ପ୍ରତ୍ୟେକ ଗ୍ରାମରେ ପହଁଚି କୃଷକମାନଙ୍କୁ ସଚେତନ କରାଇଲେ କୃଷି କ୍ଷେତ୍ରରେ ଉନ୍ନତି ହେବ ଏବଂ କୃଷକର ଉନ୍ନତିରେ ଦେଶର ଉନ୍ନତି ହେବ ବୋଲି ଜ୍ୟୋତି ରଞ୍ଜନ କହିଛନ୍ତି ।

ad-week
Leave A Reply

Your email address will not be published.