୧ମ ବ୍ରହ୍ମପୁର ବୁଲ୍ସ ଟ୍ରଫି :୨ୟ ସେମି ଫାଇନାଲରେ ଅକ୍ସଫୋର୍ଡ କ୍ରିକେଟ କ୍ଲବ

add-all

ବ୍ରହ୍ମପୁର : ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ବ୍ରହ୍ମପୁର ବୁଲ୍ସ ଟ୍ରଫି କ୍ରିକେଟ ଟୁ୍ଣ୍ଣାମେଣ୍ଟ ଚତୁର୍ଥ ଦିନରେ ଦୁଇଟି ମ୍ୟାଚ ଖେଳା ଯାଇଥିବା ବେଳେ ପ୍ରଥମ ମ୍ୟାଚ ଖଲ୍ଲିକୋଟ କ୍ରିକେଟ କ୍ଲବ ବନାମ ଖାଲେକ୍ସୀ କ୍ରିକେଟ କ୍ଲବ ସହ ମ୍ୟାଚ୍ ହୋଇଥିଲା। ଖଲ୍ଲିକୋଟ କ୍ରିକେଟ କ୍ଲବ ପ୍ରଥମ ଟସ ଜିଣି ବ୍ୟାଟିଂ ର ନିଷ୍ପତି ନେଇଥିଲା। ୧୮ ଓଭର ରେ ୫ ଗୋଟି ୱିକେଟ ବିନିମୟ ରେ ୧୫୦ ରନ୍ ସଂଗ୍ରହ କରିଥିବା ବେଳେ ଖାଲେକ୍ସୀ କ୍ରିକେଟ କ୍ଲବ ୧୭ ଓଭର ୩ ଗୋଟି ବଲରେ ୬ ଗୋଟି ୱିକେଟ ବିନିମୟ ରେ ୧୫୧ ରନ୍ ସଂଗ୍ରହ କରିଥିଲା। ଖାଲେକ୍ସୀ କ୍ରିକେଟ କ୍ଲବ ବିଜୟ ହାସଲ କରିଥିଲା। ଅତିଥି ରୂପେ ବିଶାଲ ଅଗ୍ରୱାଲ ମେନ୍ ଅଫ ଦି ମ୍ୟାଚ ସାହିଲ କୁମାର ମହାନ୍ତି କୁ ପ୍ରଧାନ କରିଥିଲେ।
ସେହି ପରି ଦ୍ୱିତୀୟ ମ୍ୟାଚ୍ ରେ ଅକ୍ସଫୋର୍ଡ କ୍ରିକେଟ କ୍ଲବ ବନାମ ଜେଶିଶି କ୍ରିକେଟ କ୍ଲବ ମ୍ୟାଚ୍ ହୋଇଥିଲା। ଜେ ସି ସି ପ୍ରଥମ ଟସ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ୨୦ ଓଭରେ ୧୨୮ ରନ୍ ସଂଗ୍ରହ କରିଥିଲା। ଅକ୍ସଫୋର୍ଡ ଦଳ ୧୩୦ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା।ବିଜୟ ହୋଇଥିବା ଦଳ ଅକ୍ସଫୋର୍ଡ କ୍ଲବ ରୋହିତ କୁମାରଙ୍କୁ ମେନ୍ ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ୨ୟ ସେମି ଫାଇନାଲରେ ଅକ୍ସଫୋର୍ଡ କ୍ରିକେଟ କ୍ଲବ ନିଜ ସ୍ଥାନ ବଜାୟ ରଖିଛନ୍ତି। ଏହି ମ୍ୟାଚ କୁ ଦିରେନ ମିଶ୍ର, ଶ୍ୟାମ ସୁନ୍ଦର ନାୟକ, ରଞ୍ଜିନୀ କାନ୍ତ ରେଡ୍ଡୀ ଅମ୍ପାଇର ରୂପେ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.