ଓଲଟିଲା ଘରୋଇ ଯାତ୍ରୀବାହୀ ବସ: ୨୦ ଯାତ୍ରୀ ଗୁରୁତର…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ରାକମାରୁ ନୟାଗଡ଼ ଆସୁଥିବା ଘରୋଇ ବସ୍ ବେବି ଭାରସାମ୍ୟ ହରାଇ ଖେଡ଼ପଡ଼ା ନିକଟରେ ରାସ୍ତା ଉପରେ ଓଲଟି ପଡ଼ିଥିଲା। ବସରେ ୫୦ ଜଣ ଯାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ମାନଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଏବେବି ଜଣେ ମହିଳା ବସ ତଳେ ଚାପି ହୋଇ ରହିଥିବାର ସୂଚନା ମିଳିଛି।ବସ ନିକଟରେ ଏକ ସାଇକେଲ ପଡ଼ି ରହିଛି। ସାଇକେଲ ଚାଳକକୁ ରକ୍ଷା କରିବାକୁ ଯାଇ ବସ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବୋଲି ଆଶଙ୍କା କରାଯାଉଛି। ଦୁର୍ଘଟଣା ସ୍ଥଳରୁ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଥିବାର ସୂଚନା ମିଳିଛି ।ସ୍ଥାନୀୟ ଲୋକେ ଶାବଳ ସାହାଯ୍ୟରେ ବସର କାଚ ଭାଙ୍ଗି ବସରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।ଦୁଇଜଣ ମହିଳାଙ୍କ ଗୋଡ଼ ଭାଙ୍ଗିଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.