ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:୨-୦ ଗୋଲରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍.ସି ବାଇଗୁଣିଆ ବିଜୟୀ

add-all

ନୟାଗଡ : ତୃତୀୟ ଦିନର ଖେଳ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ.ସି ବାଇଗୁଣିଆ ଏବଂ ବାଈଗୁଣିଆ ଗାର୍ଲ୍ସ ଏଫ.ସି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏହି ଖେଳରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍ସି ୨-୦ ଗୋଲରେ ବିଜୟୀ ହୋଇଛି|ଆଜିର ଖେଳରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ପ୍ରଯୋଜକ ପ୍ରଦୀପ୍ତ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କ ସହ କରମର୍ଦ୍ଦନ କରିଥିଲେ| ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ଧାରାବିବରଣୀ ପ୍ରଦାନ କରିଥିବାବେଳେ ମ୍ୟାଚ୍ କମିସନର ଭାଵେ କମରୁଦ୍ଦିନ ଖାଁ ରହି ଥିଲେ|ଆଜିର ଖେଳକୁ ମୂଖ୍ୟ ରେଫରି ଭାବେ ପ୍ରତାପ ମୁଦୁଲି, ସହାୟକ ରେଫରି ଭାଵେ ପ୍ରକାଶ ବିଶ୍ବାଳ, ସତ୍ୟବାନ ସାହୁ ଥିବାବେଳେ ଚତୁର୍ଥ ରେଫରି ଭାଵେ ଜ୍ୟୋତି ରଂଜନ କଳସ ଖେଳ ପରିଚାଳନା କରିଥିଲେ| ଫାଓ ଏବଂ ଜିଲ୍ଲା ଆଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ନୟାଗଡ ଖେଳ ପଡିଆରେ ଚାଲିଥିବା ଏହି ଆନ୍ତଃ କ୍ଲବ୍ ଏବଂ ଆନ୍ତଃ ଜିଲ୍ଳା ସିଏମ୍ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟକୁ ସଂମ୍ପାଦକ ଅଶେଷ କୁମାର ଦାଶ, ଉପ ସଭାପତି ଭବାନୀଶଙ୍କର ଦାସ,କୋଷାଧକ୍ଷ ଶାରଦା ପ୍ରାସାଦ ମହାପାତ୍ର,ନିଶିକାନ୍ତ ମହାନ୍ତି ପ୍ରମୁଖ ଆଗେଇ ନେଇଥିଲେ|

ad-week
Leave A Reply

Your email address will not be published.