ବ୍ରହ୍ମପୁର ଟାଉନ ଥାନ କୁ ମିଳିଛି ସଫଳତା ଆଇପିଏଲ ବୁକି ସମେତ ନଗଦ ଅର୍ଥ ଜବତ….!

add-all


ବ୍ରହ୍ମପୁର: ସାରା ଦେଶରେ ଆଇପିଏଲ ମାନିଆ ଦେଖିବାକୁ ମିଳିଛି। ଏହାର ସୁଯୋଗ ନେଇ ବୁକି ମାନେ ପ୍ରତେକ ସହର ରେ ଏଜେଣ୍ଟ ମାନଙ୍କୁ ନିଯୁକ୍ତି ଦେଇ ବ୍ୟାଟିଙ୍ଗ ଲଗାଇ ଲକ୍ଷ ଲକ୍ଷ ଟଙ୍କାର ସଟ୍ଟା ଖେଳୁଛନ୍ତି। ବ୍ରହ୍ମପୁର ପୋଲିସ ଆଇପିଏଲ କୁ ନେଇ ତତ୍ପରତା ଦେଖାଇଛି ସୂଚନା ଥାଉକି କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଟାଉନ ଥାନା ପୋଲିସ ଆକ୍ସନ ମୁଡ଼ରେ ଆସି ଦୁଇ ଜଣ ବୁକିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୩୩ ହଜାର ଟଙ୍କା ଜବତ କରିବା ସହ ତିନୋଟି ବ୍ୟାଙ୍କ ରୁ ୨ ଟି ଏକାଉଣ୍ଟ ରୁ ପ୍ରାୟ ୧୭ ଲକ୍ଷ ଟଙ୍କା ଫ୍ରିଜ କରାଯାଇଥିବା ଜଣା ପଡ଼ିଛି। ଏବଂ ଦୁଇ ଜଣକୁ ଗିରଫ କରିଛି l ଯାହାକୁ ନେଇ ଟାଉନ ଥାନାରେ କେସ ନୁମ୍ବର 157/ରେ ପଞ୍ଜିକରଣ ହୋଇଥିବା ସୂଚନା ମିଳିଛି l ପୂର୍ବରୁ ବଡବଜାର ପୋଲିସ ମଧ୍ୟ ଜଣକୁ ଗିରଫ କରିଥିଲା ବୋଲି ସୂଚନା ରହିଛି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସମେତ ଆସିକା, ହିଞ୍ଜିଳି, କବିସୂର୍ଯ୍ୟନଗର, ବୁଗୁଡ଼ା, ଭଞ୍ଜନଗର ଆଦି ସ୍ଥାନରେ ବୁକି ମାନେ ଖେଳର ପ୍ରତେକ ବଲ, ଚୌକା, ଛକା ଓ ଆଉଟ ସମ୍ପର୍କ ରେ ବ୍ୟାଟିଙ୍ଗ ଲଗାନ୍ତି। ଆଇପିଏଇଲ ଖେଳରେ ବହୁ ଯୁବପୀଢ଼ି ବ୍ୟାଟିଙ୍ଗ ଲଗାଇ ନୟାନ୍ତ ହେବାର ନଜିର ରହିଛି। ବ୍ରହ୍ମପୁର ଦୁଇ ଥାନାର ପୋଲିସ ର ଆଇପିଏଲ ବୁକି ମାନଙ୍କ ଉପରେ ଚଢ଼ାଉ ପରେ ବୁକି ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.